ପ୍ରଖର ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ଆଭ୍ୟନ୍ତରୀଣ ଓଡିଶା

ଭୁବନେଶ୍ୱର: ତାତିରୁ ମିଳୁନି ତ୍ରାହୀ । ପ୍ରଖର ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ଆଭ୍ୟନ୍ତରୀଣ । ରାଜ୍ୟରେ ଗତକାଲି ୪୩ ଡିଗ୍ରୀ ଉପରେ ରହିଥିଲା ୮ସହର । ଏହା ସହ ୪୦ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା ରହିଥିବା ଜଣାପଡିଛି । ସେହିପରି ସୋନପୁର ୪୪ ଡିଗ୍ରୀ ସହିତ ସର୍ବାଧିକ ଉତ୍ତପ୍ତ ରହିଥିଲା । ଏପରି ସ୍ଥିତି ଆଗକୁ ଲାଗି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଓଡ଼ିଶା ଉପରେ କୌଣସି ସିଷ୍ଟମ ବା ଘୂର୍ଣ୍ଣିବଳୟ ନଥିବାରୁ ଏପରି ସ୍ଥିତି ଲାଗି ରହିବ । ଅନ୍ୟପଟେ ୪ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଲାଗିରହିବ କାଳବୈଶାଖୀ ବର୍ଷା ।