କଟକ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୪ ତାରିଖରୁ ୪ଟି ଜିଲ୍ଲାକୁ ଛାଡିଲେ ରାଜ୍ୟର ଅନ୍ୟ ସମସ୍ତ ନିମ୍ନ ଅଦାଲତ ସକାଳୁଆ କାର୍ଯ୍ୟ କରିବ । ସକାଳ ୭ଟାରୁ କୋର୍ଟ କାର୍ଯ୍ୟ ଆରମ୍ଭ ହେବା ସହ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ତେବେ ବିଭିନ୍ନ ମାମଲାର ଶୁଣାଣି ସକାଳ ୭ଟା ୩୦ମି. ଋୁ ୧୨.୩୦ମି. ପର୍ଯ୍ୟନ୍ତ ଚାଲୁ ରହିବ ।
କୋର୍ଟ କାର୍ଯ୍ୟ ସମୟରେ ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ବିରତି ରହିବ । ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ସକାଳୁଆ କୋର୍ଟ ଚାଲୁ ରହିବ । ପୁରୀ ସଦର, ଭୁବନେଶ୍ୱର, ବ୍ରହ୍ମପୁର ଏବଂ କୋରାପୁଟ ସଦର ଜିଲା କୋର୍ଟ ସକାଳୁଆ କାର୍ଯ୍ୟ ହେବ ନାହିଁ । ହାଇକୋର୍ଟ ରେଜିଷ୍ଟାର ଡ଼ ଭାଗ୍ୟଲକ୍ଷ୍ମୀ ରଥ ପ୍ରତ୍ୟେକ ଜିଲ୍ଲା ଜଜ୍ଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ।