ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି । ପୂର୍ବରୁ ୧୭ ଗୋଟ ଦେଇ ପାଣି ନିଷ୍କାସିତ ହେଉଥିଲା ପାଣି ସ୍ତର ବଢିବାରୁ ଆଉ ୩ଟି ଗେଟ ଖୋଲା ହୋଇଛି । ପୁର୍ବରୁ ୧୨ଟି ଗେଟ ଦେଇ ପାଣି ନିଷ୍କାସିତ ହୋଉଥିଲା । ସକାଳ ୯ଟା ସୁଦ୍ଧା ଜଳସ୍ତର ୬୨୦ ଦଶମିକ ୫୮ ଫୁଟ୍ ରହିଥିଲା । ୩ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୩୫ ଫୁଟ୍ ରହିଥିଲା। ପ୍ରତି ସେକେଣ୍ଡରେ ୪ଲକ୍ଷ ୮୮ ହଜାର ୭୩୫ କ୍ୟୁସେକ ଜଳ ପ୍ରବେଶ କରୁଥିଲା । ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ତରଫରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।