ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ତେଣୁ ବିଳମ୍ବରେ ଆସିବ ମୌସୁମି

ଭୁବନେଶ୍ୱର: ବିଳମ୍ବରେ କେରଳ ଛୁଇଁବ ମୌସୁମୀ । ଦକ୍ଷିଣ ପୂର୍ବ ଆରବସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ତେଣୁ ବିଳମ୍ବରେ ଆସିବ ମୌସୁମି । ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଏହା ଯୋଗୁଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବାରେ ବିଳମ୍ବ ହେବ। ଘୂର୍ଣ୍ଣିବଳୟ ଯୋଗୁଁ ଆରବସାଗରରେ ମେଘଖଣ୍ଡ ଏକତ୍ରିତ ହେଉଛନ୍ତି। ଫଳରେ କେରଳ ଉପକୂଳରେ ମେଘଖଣ୍ଡଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।