ମାସ୍କ ବାଣ୍ଟିଲେ ବିଧାୟିକା

ଗଞ୍ଜାମ(ହର ପ୍ରସାଦ ବିଶୋଇ):ସାରା ଦେଶରେ କରୋନା ସୃଷ୍ଟି କରିଛି ଏକ ଭୟଙ୍କର ସ୍ଥିତି |ଗତ ବର୍ଷ ମାର୍ଚ୍ଚ ମାସରୁ ଅଦ୍ୟାବଧି ଜାରିରହିଥିବା କରୋନା ମହାମାରୀ ବିରୁଦ୍ଧରେ ଓଡିଶା ସଫଳ ସଂଗ୍ରାମ ଜାରି ରଖିଛି |ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅଧାରରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶୃତିବଧ ତା ଓ ଶୃଙ୍ଖଳିତ ରଣନିତି ସହ ଏହି ଅଭିଯାନ ଅବ୍ୟାହତ ଜାରିରହିଛି |କରୋନାର ଏହି ଦ୍ୱତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି |ଏହି ପରିପ୍ରେକ୍ଷୀରେ ଲଢେଇକୁ ଆହୁରି ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି | ଏହି କ୍ରମରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ବେଗୁନିଆପଡା ବସ ଷ୍ଟାଣ୍ଡ ଠାରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆଜି ମାସ୍କ ବଣ୍ଟନ କରିବା ସହ ଜନ ସାଧାରଣଙ୍କୁ କରୋନା ସଚେତନତା କରିଛନ୍ତି | ସମସ୍ତେ ଟୀକା ନେବା ପାଇଁ ବିଧାୟିକା ଅନୁରୋଧ କରିବା ସହ ମାସ୍କ ପିନ୍ଧିବା ସାମାଜିକ ଦୂରତା ଅବଲମ୍ବନ କରିବା ଓ ହାତ ଧୋଇବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି |

ବେଗୁନିଆପଡା ବଜାରରେ ନିଜେ ବିଧାୟିକା ବୁଲି ଲୋକଙ୍କୁ ମାସ୍କ ବଣ୍ଟନ କରିବା ସହ ସଚେତନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡୀ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ,ବିଜୁ ଶ୍ରମିକ ସାମୁଖ୍ୟର ଉପ ସଭାପତି ବିଜୟ କୁମାର ନାୟକଙ୍କ ସମେତ ପଞ୍ଚାୟତର ସରପଞ୍ଚ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ |