ବବି ଦାସଙ୍କ କୋରେଇ ଫେରିବା ମନ୍ତବ୍ୟକୁ ବିଧାୟକ ଆକାଶଦାସଙ୍କ କାଉଣ୍ଟର

ଯାଜପୁର: ବବି ଦାସଙ୍କ କୋରେଇ ଫେରିବା ମନ୍ତବ୍ୟକୁ ବିଧାୟକ ଆକାଶଦାସଙ୍କ କାଉଣ୍ଟର । ଯାଜପୁର ଦେବକୀ ଓ କୋରେଇ ଯଶୋଦା ମା’ ମନ୍ତବ୍ୟକୁ କାଉଣ୍ଟର କଲେ ଆକାଶ । କ୍ଷମତାର ଶୀର୍ଷରେ ଥିଲା ବେଳେ କୋରେଇ ମାଆ କଥା ମନେ ପଡ଼ିଲାନି, କ୍ଷମତା ଗଲା ପରେ କୋରେଇ ବିକାଶ କଥା ମନେ ପଡ଼ିଲା କହି ତାଚ୍ଛଲ୍ୟ କଲେ ଆକାଶ ।

ଆକାଶ କହିଛନ୍ତି, କୋରେଇବାସୀ ମନ ସ୍ଥିର କରି ସାରିଛନ୍ତି ଆଉ ବିଦେଶୀ ଶାସନକୁ ଯିବେନି । କୋରେଇବାସୀ ସ୍ବାଭିମାନୀ, କାହାରି ଗୋଲାମି କରିବେ ନାହିଁ । କୋରେଇବାସୀ ଆଉ ବାହାର ପ୍ରାର୍ଥୀଙ୍କୁ ଗ୍ରହଣ କରିବେ ନାହିଁ । ତାଙ୍କର ଜନ୍ମ ଯାଜପୁରରେ, ମୋର ଜନ୍ମ କୋରେଇରେ ଓ ବଢ଼ିଛି କୋରେଇରେ । ଯଦି ମୋ ବିରୋଧରେ ଲଢ଼େଇ କରିବେ ସ୍ବାଗତ କରିବି ବୋଲି କହିଛନ୍ତି ଆକାଶଦାସ ନାୟକ । ତେବେ ବନ୍ଧୁ ମିଳନରେ ବବି କହିଥିଲେ ମୋ ପାଇଁ ଯାଜପୁର ଦେବକୀ, କୋରେଇ ଯଶୋଦା ମା । ମା ଜିତିବା ହାରିବା ବଡ଼ ନଥିଲା ମୋ ଘରକୁ ଫେରିବା ଇମ୍ପୋର୍ଟାଣ୍ଟ ଥିଲା କହିଥିଲେ ।