ମଞ୍ଚେଶ୍ୱର ଅଞ୍ଚଳରୁ ନାବାଳିକା ନିଖୋଜ ଘଟଣା;ନାବାଳିକାକୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ

ଭୁବନେଶ୍ୱର;- ମଞ୍ଚେଶ୍ୱର ଅଞ୍ଚଳରୁ ନାବାଳିକା ନିଖୋଜ ଘଟଣା । ନିଖୋଜ ନାବାଳିକାକୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ । ମଞ୍ଚେଶ୍ୱର ରେଳଷ୍ଟେସନ ପାଖରୁ ସୁରକ୍ଷିତ ଭାବେ ଝିଅକୁ ଉଦ୍ଧାର କରାଯାଇଛି । ଗତକାଲି ୧୧ବର୍ଷିୟ ନାବାଳିକା ଝିଅ ମାଛ କିଣିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ତେବେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ । ତେବେ ଏତଲା ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତେବେ ଆଜି ପୋଲିସ ଝିଅକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛନ୍ତି । ତେବେ ଝିଅକୁ ପାଇ ପୋଲିସକୁ ଧନ୍ୟବାଦ ଦେବାସହ ଖୁସି ହୋଇଛନ୍ତି ପରିବାର ଲୋକେ।