(ରିପୋର୍ଟସଟୁଡେ): ସାମୁଦ୍ରିକ ଝଡ଼ ‘ଡାଏ’ ଓଡ଼ିଶା ଉପକୂଳ ଅତିକ୍ରମ କରିଛି । ରାତି ପ୍ରାୟ ସାଢ଼େ ୧୨ଟାରୁ ଗୋଟାଏ ୩୦ ମିନିଟ୍ ମଧ୍ୟରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଏହି ସାମୁଦ୍ରିକ ଝଡ଼ ସ୍ଥଳ ଭାଗକୁ ଅତିକ୍ରମ କରିଛି । ପଶ୍ଚିମ-ଉତ୍ତର ଦିଗରେ ଗତି କରି ଏହା ପଶ୍ଚିମମୁହାଁ ହୋଇଛି।
କିନ୍ତୁ ତାର ପ୍ରଭାବରେ ଏବେବି କିଛି ଅଞ୍ଚଳରେ ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହୁଛି । ସମୁଦ୍ର ଅଶାନ୍ତା ଥିବାରୁ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରିଛି ଭୁବନେଶ୍ୱର ପାଣିପାଗ ସୂଚନା ବିଭାଗ ।