ବିଷମ କଟକ / ରବିନ୍ଦ୍ର କୁମାର ସାହୁ: ରାୟଗଡ଼ା ଜିଲ୍ଲା ବିଷମ କଟକ ମାଟିରେ ଜନ୍ମିତ OYOକମ୍ପାନୀ ର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍ ଙ୍କ ସହ ବିଷମ କଟକ ବିଧାୟକ ଯଥା ଅନୁସୂଚିତ ଜନଜାତି ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଙ୍କ ଆଜି ସାକ୍ଷାତ ହୋଇଥିଲା। ଏହି ଅବସରରେ ମନ୍ତ୍ରି ସରକ। ଙ୍କ ସ୍ଵଜନ୍ୟମୂଳକ ସାକ୍ଷାତ କରି ରିତେଶ ନିଜ ସଫଳତାର ଅନେକ କଥା କହିଥିଲେ। ରିତେଶଙ୍କ ସାକ୍ଷାତରେ ମନ୍ତ୍ରୀ ଅତ୍ୟନ୍ତ ଖୁସି ହେବା ସହ ରିତେଶ ହେଉଛନ୍ତି ମୋ ମାଟିର ଗୌରବ ମୋ ନିଜ ନିର୍ବାଚନ ମଣ୍ଡଳୀ ର ମୋ ବ୍ଲକ ବିଷମକଟକ ଠାରେ ରିତେଶ ଙ୍କ ଜନ୍ମ । ଆଜି ମୋ ମାଟିର ପୁଅ ବିଶ୍ୱରେ ଜଣେ ଭଲ ଉଦ୍ୟୋଗୀ ହୋଇ ଦେଶ ରାଜ୍ୟ ତଥା ଜିଲ୍ଲାର ଟେକ ରଖି ଅନେକ ଯୁବକ ମାନଙ୍କ ଉଦାହରଣ ହୋଇଥିବାରୁ ମୁଁ ରିତେଶ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ସହିତ ଶୁଭକାମନା ଏବଂ ସାଧୁବାଦ୍ ଜଣାଇଥିଲି । ଆଗାମୀ ଦିନରେ ନିଜର ପ୍ରତିଷ୍ଟାତା ଅୟୋ OYO ରେ କିପରି ଅନେକ ଯୁବକ ଯୁବତୀ ସାମିଲ ହୋଇ ରୋଜଗାର କ୍ଷେମ ହୋଇପାରିବେ ସେ ବିଷୟରେ ଆଲୋଚନା କରିବା ସହ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିବାର ଦେଖିବାକୁ ମିଳିଛି।