(ଜୟନ୍ତ କୁମାର ସେଠୀ): ପୁରୀ ଶ୍ରୀମନ୍ଦିର କାର୍ୟ୍ୟଳୟ ରେ ଆୟୋଜିତ ନୀତି ସବ୍-କମିଟି ବୈଠକ ଶେଷ ହୋଇଛି। ଏହି ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି, ଆୟୋଜିତ ହୋଇଥିବା ବୈଠକରେ ଡିସେମ୍ବର ୧୬ରୁ ଜାନୁଆରି ୧୩ ପର୍ୟ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ଚୂଡାନ୍ତ ହୋଇଛି। ଏଥିପାଇଁ ରାତି ୧୧.୩୦ଟାରେ ପହୁଡ, ପାହାନ୍ତି ୩ଟାରେ ଦ୍ୱାରା ଫିଟା ନୀତି ହେବ। ଅନଲାଇନରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଟିକେଟ ବ୍ୟବସ୍ଥାର ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।ନୀତି ସବ୍-କିମିଟି ବୈଠକରେ ପ୍ରତିହାରୀ ନିଯୋଗକୁ ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଅଯାଇଛି। ଶ୍ରୀମନ୍ଦିରରେ ମହାପ୍ରସାଦ ଦର ନେଇ ବି ଆଲୋଚନା ହୋଇଥିଲା। ତେବେ ବରାଦି ଭୋଗରେ ଆଜି ମହାପ୍ରସାଦ ପ୍ରସ୍ତୁତ ହୋଇଥିବା ବେଳେ ଗୋଟିଏ ସପ୍ତାହ ପରେ ରିପୋର୍ଟ ଆସିବା ପରେ ମହାପ୍ରସାଦ ଦର ଚୂଡାନ୍ତ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଏହି ରିପୋର୍ଟ ପରେ ମହାପ୍ରସାଦର ଦର ତାଲିକା ପ୍ରକାଶ ପାଇବ। ଏଥିସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିରରେ ଥିବା ପନ୍ତୀଘରକୁ ଭାଙ୍ଗି ଦିଆଯାଇଥିଲା। ଏହାକୁ ପୁଣି ଥରେ ନିର୍ମାଣ ପାଇଁ ଆଲୋଚନା ହୋଇଥିଲା।