ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ବାହାରିପାରିଲାନି ନିର୍ଯ୍ୟାସ

(ଭୁବନେଶ୍ୱର) : ଶିକ୍ଷକ ଅଧ୍ୟାପକ ଓ କର୍ମଚାରୀ ମିଳିତ ମଂଚ ଲୋୟର ପିଏମଜିରେ ଦେଇଥିବା ଧାରଣା ପାଇଁ ବାଧାପ୍ରାପ୍ତ ହେଉଛି ପିଲାଙ୍କ ପାଠପଢା । ଏହାକୁ ଦୃଷ୍ଟିରେ ରଖି ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ ଏବଂ ପୁର୍ନବାର ଅନୁଧ୍ୟାନ କରାଯିବ । ଏହା ସହ ଶିକ୍ଷା ପ୍ରକ୍ରିୟାକୁ ଫେରିଯିବାକୁ ଅନୁରୋଧ କଲେ ଅର୍ଥମନ୍ତ୍ରୀ । ଏହି ବୈଠକରେ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରାଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର , ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଓ ବିଭାଗୀୟ ସଚିବ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଅବସର କାଳିନ ସୁବିଧା , ଚାକିରୀ ସର୍ତ୍ତାବଳୀ ସହ ପୁର୍ଣ୍ଣ ଅନୁଦାନ ଦାବୀ କରି ଚଳିତ ମାସ ୧୬ ତାରିଖରୁ ଅହୋରାତ୍ର ଧାରଣାରେ ବସିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ ।