ବାତିଲ ହେଲା ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ନିଆଯାଇଛି ଆଉ ଏକ ବଡ ନିଷ୍ପତ୍ତି । ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷା ଶେଷରେ ବାତିଲ କରାଯାଇଛି । ସି.ବି.ଏସ,ସି ଏବଂ ଆଇ.ସି.ଏସ.ସି ଭଳି ଗଣଶିକ୍ଷା ବିଭାଗ ମଧ୍ୟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଛି । ଏ ନେଇ ଗଶଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବ୍ୟାପୁଥିବା କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ବିଭିନ୍ନ ସ୍ଥାନରେ ଦଶମ ପରୀକ୍ଷାକୁ ବାତିଲ କରିବା ପାଇଁ ଦାବି ହେବାରୁ ଏଭଳି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଗତକାଲି ନବୀନ ନିବାସ ଆଗରେ ଛାତ୍ରଛାତ୍ରୀ ଧାରଣା ଦେବା ପରେ ଆଜି ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଇଛନ୍ତି । ଏଥିସହ ବାସଭବନକୁ ଧସେଇ ପଶିବାକୁ ମଧ୍ୟ ଉଦ୍ୟମ କରିଥିଲେ ଛାତ୍ରଛାତ୍ରୀ । ତେବେ ଛାତ୍ରଛାତ୍ରୀ ମାନଙ୍କ ପ୍ରତିବାଦକୁ ରକ୍ଷା କରିବା ପାଇଁ ଦଶମ ପରୀକ୍ଷାକୁ ଗଣଶିକ୍ଷା ମନ୍ତ୍ରୀ ବାତିଲ କରିଛନ୍ତି । ତେବେ କୈାଣସି ବିଦ୍ୟାର୍ଥୀ ଏହି ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କଲେ ସେ ପରୀକ୍ଷା ଦେଇ ପାରିବେ ବୋଲି କୁହାଯାଇଛି । ଚଳିତ ବର୍ଷ ସମୁଦାୟ ୬ ଲକ୍ଷ ୪୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥାନ୍ତେ । ପରୀକ୍ଷା ପାଇଁ ୩୩ଶହ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଥିବା ବେଳେ ପିଲାମାନଙ୍କ ପାଇଁ ୮୦ ମାର୍କର ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।