ରାଉରକେଲା-: ସୁନ୍ଦରଗଡ ଜିଲ୍ଲା କୋଇଡା ସୀମାନ୍ତ ସରଣ୍ଡା ଜଙ୍ଗଲରେ ଅଭାବନୀୟ ଘଟଣା ଘଟିଛି । ସର୍ଚ୍ଚ ଅପରେସନ ବେଳେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ମୃତ ଯବାନ ଜଣକ ଉତ୍ତରପ୍ରଦେଶର ସତ୍ୟବାନ୍ ସିଂ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଯବାନଙ୍କ ମର ଶରୀରକୁ ଝାରଖଣ୍ଡ ରାଞ୍ଚି ନିକଟସ୍ଥ ୧୬୪ ସିଆପିଏଫ୍ ବାଟାଲିୟନ୍ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଥିବା ସୂଚନା ମିଳିଛି ।