ମହିଳା ପୋଲିସଙ୍କ ଘରୁ ମିଳିଳା ଡ୍ରଗ୍ସ, ଗଞ୍ଜେଇ ସମେତ ଅନେକ ନିଶାଦ୍ରବ୍ୟ

Many drugs, including marijuana, were found in the house of the female police officer

ନୂଆଦିଲ୍ଲୀ: ନିଜ ରୂପକୁ ନେଇ ଚର୍ଚ୍ଚାରେ ଥିବା ମହିଳା ପୋଲିସଙ୍କ ଘରୁ ମିଳିଳା ଡ୍ରଗ୍ସ, ଗଞ୍ଜେଇ ସମେତ ଅନେକ ନିଶାଦ୍ରବ୍ୟ । ଏହି ଘଟଣା ସାମ୍ନାକୁ ଆସିବା ପରେ ନିଜର ସୌନ୍ଦର‌୍ୟ୍ୟକୁ ନେଇ ଚର୍ଚ୍ଚାରେ ଥିବା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ଏହି ଘଟଣା ପ୍ରଘଟ ହେବା ପରେ ତାଙ୍କୁ ଚାକିରିରୁ ବାହାର କରିଦେବା ସହିତ ତାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହୋଇଯାଇଛି ।

ଏହି ଘଟଣା ବ୍ରିଟେନରୁ ସାମ୍ନାକୁ ଆସିଛି  । ଏକ ରିପୋର୍ଟ ମୁତାବକ, ବ୍ରିଟେନର ମେଟ୍ରୋପଲିଟନ ପୁଲିସ ଅଫିସର ରସବିନ୍ଦର ଅଗାଲିୟୁ ପାଖାପାଖି ୨୦ବର୍ଷ ହେବ ପୁଲିସ ବିଭାଗରେ କାମ କରୁଥିଲେ । ଗତ କିଛିଦିନ ତଳେ ତାଙ୍କ ପୁରୁଣା ଘର ଉପରେ ହୋଇଥିବା ଚଢ଼ଉ ହେତୁ ତାଙ୍କ ଚାକିରି ଚାଲି ଯାଇଛି ।