ମଣିପୁର କୁକୀ ଆଦିବାସୀ ମହିଳାଙ୍କୁ ଉଚିତ ନ୍ୟାୟ ଦେବା ଦାବିରେ ଶୋଭାଯାତ୍ରା

କୋରାପୁଟ/ସୁନ୍ଦର୍ କୁମାର ପାଣି : ମଣିପୁର କୁକୀ ଆଦିବାସୀ ମହିଳାଙ୍କୁ ଉଚିତ ନ୍ୟାୟ ଦେବା ଦାବିରେ ବିରାଟ ରାଲି | କୋରାପୁଟ ସହରର ଶହ ଶହ ମହିଳା ଏହି ରାଲି କରି ସହର ପରିକ୍ରମା କରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ରାଷ୍ଟ୍ରପତିଙ୍କ ଉଦ୍ୟସରେ ଅତିରିକ୍ତ ଜ଼ିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଛନ୍ତି । ମଣିପୁରରେ ୨ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ଉଲଗ୍ନ କରି ଚଲାଇବାର ଭାଇରାଲ ଭିଡିଓ ପୂରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ନାରକୀୟ କାଣ୍ଡର ଚର୍ଚ୍ଚା ରାସ୍ତାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପହଂଚିଛି ।

ସରକାର ଓ ବିରୋଧୀ ଏହି ଘଟଣାକୁ ନିନ୍ଦା କରୁଛନ୍ତି । ପୀଡ଼ିତା ମହିଳା ଓ ତାଙ୍କ ପରିବାର ଭୟରେ ଦିନ କାଟୁଛନ୍ତି । ଏହାକୁ ବିରୋଧ କରି ମଣିପୁର କୁକୀ ଆଦିବାସୀ ମହିଳାଙ୍କୁ ଉଚିତ ନ୍ୟାୟ ଦେବା ଦାବି କରି ସହରର ଶହ ଶହ ମହିଳା ଏକ ବିରାଟ ଶୋଭାଯାତ୍ରା କରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଥିଲେ । ଗଣଦୁଷ୍କର୍ମ କରିଥିବା ବ୍ୟକ୍ତ ଙ୍କୁ ଫାଶୀ ଦାଣ୍ଡ ଦେବା ପାଇଁ ମହିଳା ମାନେ ଦାବି କରିଛନ୍ତି ।