(ପ୍ରଶାନ୍ତ ସ୍ୱାଇଁ / ପାରାଦୀପ ) : ଜାତୀୟ କଂଗ୍ରେସ ଓ ପ୍ରଦେଶ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନୀ ଇସ୍ତହାର ପ୍ରକାଶ କରିଥିବା ବେଳେ ପାରାଦୀପ ନିର୍ବାଚନ ମଣ୍ଡଳୀର ପାର୍ଥୀ ହୋଇଥିବା ବାପି ସର୍ଖେଲ ନିଜର ନିର୍ବାଚନୀ ଇସ୍ତହାର ପ୍ରକାଶ କରିଛନ୍ତି। ଏହି ନିର୍ବାଚନୀ ଇସ୍ତାହାରରେ କୃଷକ,ମତ୍ସ୍ୟଜୀବୀ, ବେକାର ଯୁବକ/ଯୁବତୀଙ୍କୁ ନିଯୁକ୍ତି, ବୃଦ୍ଧାବୃଦ୍ଧଙ୍କୁ ଭତ୍ତା ପ୍ରଦାନ କରିବା ସହିତ ସ୍ବାସ୍ଥ୍ୟ, ଶିକ୍ଷା, ପ୍ରଦ୍ୟୁଷଣ ଓ ପର୍ୟ୍ୟଟନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ରରେ କଂଗ୍ରେସ ସରକାର ଆସିବା ସହ ସେ ନିଜେ ଯଦି ବିଧାୟକ ଭାବେ ନିର୍ବାଚିତ ହୁଅନ୍ତି, ସେ ପ୍ରଥମେ ପାରାଦୀପରେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନରେ ଜମିହରା ଓ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାସହ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା, ମତ୍ସ୍ୟଜୀବୀ ମାନଙ୍କୁ ଆନୁସଙ୍ଗିକ ସୁବିଧା ଯୋଗାଇଦେବା,କୃଷକ ମାନଙ୍କୁ ଚାଷ ସାମଗ୍ରୀ ଯୋଗାଇ ଦେବା ସହ ସ୍ବାସ୍ଥ୍ୟବୀମା ଏବଂ ଶୀତଳ ଭଣ୍ଡାର ନିର୍ମାଣ କରିବା ତାହା ସହିତ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଓ ପାରାଦୀପରେ ସ୍ବାସ୍ଥ୍ୟସେବା ପାଇଁ ଏକ ସୁପର ସ୍ପେଶାଲିଟ୍ ହସପିଟାଲ ନିର୍ମାଣ ସହ ଶିକ୍ଷା ବ୍ୟବସ୍ଥା ଉପରେ ସୁଧାର ଆଣିବା, ପାରାଦୀପରେ ପ୍ରଦ୍ୟୁଷଣ ରୋକିବା ସହ ପାରାଦୀପକୁ ଏକ ପର୍ୟ୍ୟଟନ ସ୍ଥଳୀ ଭାବେ ମାନ୍ୟତା ଦେବା ପାଇଁ ଇସ୍ତହାରରେ ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ପାର୍ଥୀ ବାପି ସର୍ଖେଲ। ଏହି ଅବସରରେ ପାରାଦୀପ ପୌର ପରିଷଦର ୭ନଂ ଓ୍ବାର୍ଡର ପାରିଷଦ ଅନୀଲ ବେହେରା ଓ ତାଙ୍କ ସମର୍ଥକ ବିଧିବଦ୍ଧ ଭାବେ ବିଜେପି ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି।