ଭଗବାନ ଶିବଙ୍କ ପ୍ରମୁଖ ଅବତାର

ବ୍ୟୁରୋ: ଶିବ ପୁରାଣରେ ମହାଦେବଙ୍କ ପ୍ରମୁଖ ଅବତାର ବିଷୟରେ ବର୍ଣ୍ଣନା ରହିଛି  । ତାଙ୍କର ଭିନ୍ନ ଭିନ୍ନ ଅବତାର ଏବଂ ତା’ପଛରେ ରହିଥିବା କାରଣ ବିଷୟରେ ମଧ୍ୟ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଥାଏ  । ଶିବଙ୍କ ଦଶ ଅବତାର ସମ୍ପର୍କରେ ପୁରାଣରେ ଉଲ୍ଲେଖ ରହିଛି, ସେମାନେ ହେଲେ ମହାକାଳ, ତାରକ, ଭୁବନେଶ, ଷୋଡ଼ଶ, ଭୈରବ, ଛିନ୍ନମସ୍ତକ ଗିରିଜା, ଧୂମବାନ, ବଗଳାମୁଖ, ମାତଙ୍ଗ ଓ କମଳ ଅବତାର  । ଏହି ଦଶଅବତାର ତନ୍ତ୍ରଶାସ୍ତ୍ର ସମ୍ବନ୍ଧୀୟ ବୋଲି କୁହାଯାଇଛି  ।

ଏହାବ୍ୟତୀତ ଶିବଙ୍କ ୧୧ ଅବତାର- କପାଳୀ, ପିଙ୍ଗଳ, ଭୀମ, ବିରୂପାକ୍ଷ, ବିଲୋହିତ, ଶାସ୍ତା, ଅଜପାଦ, ଅପିର୍ବୁଧ୍ୟ, ଶମ୍ଭୁ, ଚଣ୍ଡ ଏବଂ ଭବ ଅବତାର ସମ୍ପର୍କରେ ମଧ୍ୟ ଶିବପୁରାଣରେ ବର୍ଣ୍ଣନା ରହିଛି  । ଏହି ଅବତାର ବ୍ୟତୀତ ମହର୍ଷି ଦୁର୍ବାସା, ମହେଶ, ବୃଷଭ, ପିପ୍ପଳାଦ, ବୈଶ୍ୟନାଥ, ଦ୍ୱିଜେଶ୍ୱର, ହଂସରୂପ, ଅବଧୂତେଶ୍ୱର, ଭିକ୍ଷୁଭର୍ଯ୍ୟ, ସୁରେଶ୍ୱର, ବ୍ରହ୍ମଚାରୀ, ସୁନଟତର୍କ, ଦ୍ୱିଜ, ଅଶ୍ୱତଥାମା, କିରାତ ଏବଂ ନତେଶ୍ୱର ଆଦି ଅବତାର ସମ୍ପର୍କରେ ଶିବ ପୁରାଣରେ ଉଲ୍ଲେଖ ରହିଛି  । ତେବେ ଏମାନଙ୍କୁ ଶିବଙ୍କ ଅଂଶାବତାର ବୋଲି କୁହାଯାଇଛି  । ବୀର ହନୁମାନ ଏବଂ ଭୈରବ ହେଉଛନ୍ତି ଶିବଙ୍କର ସବୁଠୁ ଚର୍ଚ୍ଚିତ ଅବତାର  ।