ଭୁବନେଶ୍ଵର: ଆଜି ପବିତ୍ର ଜାଗର। ଦେବାଧିଦେବ ମହାଦେବଙ୍କ ଭକ୍ତମାନଙ୍କ ପାଇଁ ଏହା ଅତ୍ୟନ୍ତ ବିଶେଷ ଦିନ। ମହାଶିବରାତ୍ରୀ ଅବସରରେ ମାଟିରୁ ଆକାଶ ପର୍ଯ୍ୟନ୍ତ ସବୁଠି ଶିବମୟ ପରିବେଶ ସୃଷ୍ଟି ହୋଇଛି। “ହର ହର ମହାଦେବ” ଧ୍ୱନିରେ ପ୍ରକମ୍ପିତ ହେଉଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ଭୁବନେଶ୍ୱରର Lingaraj Temple ଠାରୁ ପୁରୀର Loknath Temple, ଆଠଗଡ଼ର Dhabaleswar Temple ଠାରୁ ଢେଙ୍କାନାଳର Kapilash Temple ପର୍ଯ୍ୟନ୍ତ ସମସ୍ତ ଶିବ ମନ୍ଦିର ଭକ୍ତମୟ ହୋଇଉଠିଛି। ମନ୍ଦିରଗୁଡ଼ିକୁ ଆକର୍ଷଣୀୟ ଭାବେ ସଜାଯାଇଛି ଏବଂ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି।
ନୀତିନିର୍ଘଣ୍ଟ ଅନୁଯାୟୀ ସମସ୍ତ ପାରମ୍ପରିକ ନୀତି ସମୟମାନ୍ୟ ଭାବେ ସମ୍ପାଦନ କରାଯିବ। ରାତି ୧୦ଟାରେ ମହାଦୀପ ଉଠିବାକୁ ସହମତି ହୋଇଛି। ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ୱର କେତକୀ ଫୁଲରେ ସଜି ବଡ଼ସିଂହାର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ସେହିପରି ବଲାଙ୍ଗୀରର Harishankar Temple, ଆରଡ଼ିର Akhandalamani Temple ଏବଂ କୋରାପୁଟର Gupteswar Temple ସମେତ ରାଜ୍ୟର ସମସ୍ତ ଶୈବପୀଠରେ ଭକ୍ତମାନଙ୍କ ଗହଳିଚହଳି ଦେଖିବାକୁ ମିଳିଛି।
ମହାଶିବରାତ୍ରୀ ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି Bhubaneswar–Cuttack Police Commissionerate ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଲିଙ୍ଗରାଜ ମନ୍ଦିର ଅଞ୍ଚଳକୁ ରେଡ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ମନ୍ଦିର ଚାରିପଟେ ବିନା ଅନୁମତିରେ ଡ୍ରୋନ୍ କିମ୍ବା ଅନ୍ୟ କୌଣସି ମାନବବିହୀନ ଏରିଏଲ୍ ଡିଭାଇସ୍ ଉଡାଇବାକୁ କଡ଼ା ନିଷେଧ କରାଯାଇଛି। ଭକ୍ତମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମହାଶିବରାତ୍ରୀ ଅବସରରେ ରାଜ୍ୟର ସମସ୍ତ ଶୈବପୀଠରେ ଆଧ୍ୟାତ୍ମିକ ଉତ୍ସାହ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। “ହର ହର ମହାଦେବ” ଧ୍ୱନିରେ ଗୁଞ୍ଜିଉଠିଛି ସମଗ୍ର ପରିବେଶ।