(ଗୋପ / ଜୟନ୍ତ କୁମାର ସେଠୀ ): ଆଜି ହେଉଛି ପବିତ୍ର ମାଘ ସପ୍ତମୀ । ଏଥିପାଇଁ ଚଳଚଚଂଳ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାପୀଠ । ଶ୍ରଦ୍ଧାଳୁମାନେ ପବିତ୍ର ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ ପକାଇଛନ୍ତି।ଆଜିର ଦିନରେ ଚନ୍ଦ୍ରଭାଗାରେ ସ୍ନାନକରି ଉଦିତ ସୂର୍ୟ୍ୟଙ୍କୁ ଦର୍ଶନ କଲେ ମହାପୂର୍ଣ୍ଣ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଏହି ବିଶ୍ଵାସ ଓ ପରଂପରା ନୁସାରେ ଆଜି ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତ ଚନ୍ଦ୍ରଭାଗା ନଦୀ/ପୁଷ୍ପରଣୀ ରେ ସ୍ନାନ କରିଛନ୍ତି । ବିଶେଷକରି ତ୍ରିବେଣେଶ୍ବର,ଇସାନେଶ୍ଵର, ଦକ୍ଷିଣାସ୍ଵର ବିମାନ ରେ ବିଜୟାମାନ ହୋଇ ମହା ଶୋଭାଯାତ୍ରା ରୋଷଣୀରେ ଆସିଥାନ୍ତି ଚନ୍ଦ୍ରଭାଗା କୁ । ଅନନ୍ତ ଅବଧୁତ ମଠ ରୁ ତିର୍ଥ ଆଳତି ପାଇଁ ଆସିଥିବା ଅଖଣ୍ଡ ଯଜ୍ଞକୁଣ୍ଡରୁ ଜ୍ୟୋତି ଚନ୍ଦ୍ରଭାଗା ପୁଷ୍ପରଣୀ ନିକଟରେ ଆଳତି କରାଯାଇଥାଏ । ଆଳତିପରେ ପରଂପରା ନୁସାରେ ପ୍ରଥମେ ଶିବ ସ୍ନାନ କରିଥାନ୍ତି,ପରେ ସାଧୁସନ୍ଥ ଚନ୍ଦ୍ରଭାଗାରେ ସ୍ନାନ କରିସାରିବା ପରେ ଶ୍ରଦ୍ଦାଳୁ ମାନେ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ୟ୍ୟ ଦେବତାଙ୍କୁ ପୂଜା କରିଥାନ୍ତି ।
ଆଜିର ଦିନରେ ଏଠାରେ ବୁଡ ପକାଇଲେ ବିଭିନ୍ନ ରୋଗରୁ ଉପଶମ ମିଳିଥିବା ବେଳେ ମାନସିକ ଶାନ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି । ସେପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୁଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୩୦ ପ୍ଲ।ଟୁନ ଫୋର୍ସ, ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିବା ବେଳେ ଆକସ୍ମିକ ଦୁର୍ଘଟଣା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।