ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା

ଭୁବନେଶ୍ୱର: ଆସିଛି ପାର୍ବଣ । ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ମା’ଙ୍କ ଆଗମନରେ ଗାଁ ଠୁ ସହର ଉତ୍ସବମୁଖର । ପୀଠରେ ମା’ଙ୍କର ଆଜି ନବମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷ୍ଟମୀ ପୂଜା ପାଉଛନ୍ତି ଜଗତ ଜନନୀ ମା’ ଦୁର୍ଗା । ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ପରିବେଶ। ଭକ୍ତି ଭାବରେ ଦର୍ଶନ କରୁଛନ୍ତି ଭକ୍ତ। ଆଜି ମହିଳା ମାନେ ମାଆଙ୍କ ପାଖରେ ବ୍ରତ ,ଶାଢୀ, ଶଙ୍ଖା ଓ ସିନ୍ଦୁର ପୂଜାର୍ଚ୍ଚନା କରୁଛନ୍ତି। ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି ସୁଉଚ୍ଚ ତୋରଣ । ମନ ମୋହୁଛି ସାଜସଜ୍ଜା । ଆଲୋକମାଳାରେ ସଜେଇ ହୋଇଛି ଭୁବନେଶ୍ବର ସମସ୍ତ ପୂଜା ମଣ୍ଣପ । ମାଙ୍କ ଦର୍ଶନ କରିବାପାଇଁ ସମସ୍ତ ମଣ୍ଡପରେ ଗହଳି ଦେଖିବାକୁ ମିଳୁଛି ।