ପୁରୀ/ଜୟନ୍ତ କୁମାର ସେଠୀ : ରଥଯାତ୍ରାରେ ପ୍ରଶାସନ ପକ୍ଷରୁ ଜାରି କଟକଣା ଉଲଘଂନ ଅଭିଯୋଗରେ ପୁରୀରେ ଏକ ଲଜ ବିରୋଧରେ କାର୍ୟ୍ୟନୁଷ୍ଠାନ ନିଆଯାଇଛି। ବଳଗଣ୍ଡି ଛକରେ ଥିବା ଗଙ୍ଗା ଲଜ ବିରୋଧରେ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢଉ କରାଯାଇ ସିଲ କରାଯାଇଛି। ଅଭିଯୋଗ ଅନୁସାରେ ରଥଯାତ୍ରା ଦିନ ଉକ୍ତ ଲଜରେ ଥିବା ଛାତ ଉପରେ ଲୋକମାନେ ବସି ରଥଯାତ୍ରା ଦେଖିଥିଲେ। କଟକଣା ଅନୁଯାୟୀ ରଥଯାତ୍ରାରେ ବଡ଼ ଦାଣ୍ଡରେ ଥିବା ସମସ୍ତ ଘର ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିବା ନିଷିଦ୍ଧ କରାଯାଇ ଥିଲା। ତେବେ ଏହା ଉକ୍ତ ଲଜ ନୀୟମ ଉଲଘଂନ କରିଥିବା ଅଭିଯୋଗ ହୋଇଛି।