କଟକ: ଷଷ୍ଠ ସେମିଷ୍ଟାର ରେ ପଡିଶା ଆଉଟ ଅଫ ସିଲାବସ । ଯାହାକୁ ଦେଇ ଅସନ୍ତୋଷ ପ୍ରକାଶ କଲେ ଛାତ୍ରଛାତ୍ରୀ । ଏହା ପରେ ବାତିଲ ହୋଇଛି LLB ଷଷ୍ଠ ସେମିଷ୍ଟର ପେପର-୧ ପରୀକ୍ଷା । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୮ କଲେଜର ପେପର-୧ ପରୀକ୍ଷା ଆଜି ବାତିଲ ହୋଇଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟର ପରୀକ୍ଷା ଥିଲା। ହେଲେ ଏହି ପରୀକ୍ଷାରେ ପ୍ରଶ୍ନ ଗୁଡିକ ସଂପୂର୍ଣ୍ଣ ଭୁଲ ଆସିଥିଲା । ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କର ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏହା ପାର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଆଜିର ପରୀକ୍ଷାକୁ ବାତିଲ କରିଥିଲେ । ଏଥିସହ ଆଗାମୀ ଦିନରେ କେବେ ପରୀକ୍ଷା ହେବ ତାହା ସ୍ପଷ୍ଟ କରିବେ ବୋଲି ସୂଚନା ଦେଇଛନ୍ତି ।