ଅନୁଗୋଳ /ସୁଧାକର ସାହୁ: ସଡକ ଦୁର୍ଘଟଣାରେ ଚାଲିଗଲା ଏକାଧିକ ଜୀବନ । ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ଏକ ପରିବା ବେଝେଇ ପିକଅପ ଭ୍ୟାନ ଧକ୍କାରେ ଯାଇଛି ୩ଜଣଙ୍କ ଜୀବନ । ସୂଚନା ଅନୁସାରେ କୁଳେଇ ଗାଁର କିଛି ଯୁବକ ମୋଟରସାଇକେଲରେ ଜରପଡା ଆଡକୁ ଯାଉଥିବା ବେଳେ ଅନୁଗୋଳ ପଟୁ ଏକ ପିକଅପ ଭ୍ୟାନ ଆସି ସେମାନଙ୍କୁ ଧକ୍କା ଦେଇଥିଲା ଫଳରେ କୁଳେଇ ଗାଁର ସିପୁ ପ୍ରଧାନ, ସୁନୀଲ ସାହୁ ଓ ମାନସ ବେହେରାଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଜରପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।