ଲେମ୍ବୁ ଚୋପାରୁ ଟେଷ୍ଟି ରେସିପ

0

ବ୍ୟୁରୋ : ଆଜି ଆମେ ଆପଣଙ୍କୁ ଲେମ୍ବୁ ଚୋପାରୁ ତିଆରି ଦୁଇଟି ଭଲ ରେସିପି ବିଷୟରେ କହିବାକୁ ଯାଉଛୁ । ସାଧାରଣତଃ ଆମେ ଲେମ୍ବୁକୁ ଚିପୁଡି ସାରିଲା ପରେ ଏହାର ଚୋପାକୁ ଫୋପାଡ଼ି ଦେଇ ଥାଉ । କିନ୍ତୁ ଏହାକୁ ନ ଫୋପାଡ଼ି ଏଥିରେ ଗୋଟିଏ ମଜାଦାର ରେସିପି ତିଆରି କରି ପାରିବେ । ଆସନ୍ତୁ ଜାଣିବା କେମିତି ତିଆରି କରିବା ସେହି ରେସିପିକୁ । ପ୍ରଥମ ରେସିପିରେ ଏହି ଲେମ୍ବୁର ଚୋପାକୁ ଦୁଇ ଫାଳ କିମ୍ବା ଚାରି ଫାଳ କରି ଦିଅନ୍ତୁ । ଏହା ପରେ ଏହି ଚୋପାକୁ ଗୋଟିଏ ପାତ୍ରରେ ରଖି ସେଥିରେ କିଛି ଲେମ୍ବୁ ରସ, ଦୁଇ ଚାମଚ ଲୁଣ, ଗୋଟିଏ ଚାମଚ ଲଙ୍କା ଗୁଣ୍ଡ, ଅଧା ଚାମଚ ହଳଦୀ ପାଉଡର ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହା ପରେ ଏହି ମିଶ୍ରଣକୁ ଗୋଟିଏ ଡ଼ବାରେ ରଖି ଖରାରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରଖନ୍ତୁ । ଏହା ଦ୍ୱାରା ଲେମ୍ବୁ ଚୋପା ଗୁଡିକ ଅଳ୍ପ ନରମ ହୋଇଯିବ । ଏହା ପରେ ଆପଣ ଏହି ଲେମ୍ବୁର ଚୋପାକୁ ସେବନ କରି ପାରିବେ ଓ ଏହା ବହୁତ ସ୍ୱାଦିଷ୍ଟ ବି ଲାଗିବ |