ଏଲଇଡି ଡିସପ୍ଲେ ବୋର୍ଡ କାର୍ଯ୍ୟକ୍ଷମ ହୋଇପାରୁନାହିଁ

ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ଛକ ମାନଙ୍କରେ ବଡ ବଡ ଏଲଇଡି ମାଧ୍ୟମରେ ଲୋକଙ୍କ ସଚେତନ କରାଯିବା ସହ ସରକାରୀ କିମ୍ବା ସରକାରୀ ସ୍ତରରେ ବିଭିନ୍ନ ଯୋଜନା ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରାଯାଏ। ଗୋଟାଏ ଏଲଇଡି ପିଛା ୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସହରରେ ବିଭିନ୍ନ ସ୍ଥାନ ମାନଙ୍କରେ ଲାଗି ଥିବା ବେଳେ ବର୍ତ୍ତମାନ ତାହା କାମ କରୁନାହିଁ ।

ଭୁବନେଶ୍ବର: ସରକାରୀ ଯୋଜନା ସଂପର୍କିତ ସୂଚନା ପାଇବା ଲାଗି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ବରରେ ଏଲଇଡି ଡିସପ୍ଲେବୋର୍ଡ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଛି। ଏହି ପ୍ରକଳ୍ପ ଜରିଆରେ  ଲୋକଙ୍କ ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରାଯିବା ସହିତ ଯୋଜନାର ସମସ୍ତ ସୂଚନା ପ୍ରଦାନ କରାଯିବ। କେବଳ ସେତିକି ନୁହଁ ଟ୍ରାଫିକ ପରିଚାଳନା ଉପରେ ମଧ୍ୟ ସୂଚିତ କରାଯିବ।

ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ଛକ ମାନଙ୍କରେ ବଡ ବଡ ଏଲଇଡି ମାଧ୍ୟମରେ ଲୋକଙ୍କ ସଚେତନ କରାଯିବା ସହ ସରକାରୀ କିମ୍ବା ସରକାରୀ ସ୍ତରରେ ବିଭିନ୍ନ ଯୋଜନା ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରାଯାଏ। କେବଳ ଯୋଜନା ନୁହଁ ବିଭିନ୍ନ ସମୟରେ ଟ୍ରାଫିକ ସମ୍ବନ୍ଧୀୟ ତଥ୍ୟ  ରାଜଧାନୀରେ ହେଉଥିବା କାର୍ୟ୍ୟକ୍ରମ ମଧ୍ୟ ଏଲଇଡି ସ୍କ୍ରିନ ମାଧ୍ୟମରେ ଲୋକଙ୍କୁ ସୂଚନା ପ୍ରଦାନ କରାଯାଏ। ତେବେ ଗତ କିଛି ଦିନ ହେବ ରାଜଧାନୀର କେତେକ ପ୍ରମୁଖ ସ୍ଥାନ ମାନଙ୍କରେ ଏହି ଏଲଇଡି ସ୍କ୍ରିନ କାମ କରୁ ନଥିବାର ଦେଖିବାକୁ ମିଳିଛି। ତେବେ ବିଏମସି  ପକ୍ଷରୁ ଗୋଟାଏ ଏଲଇଡି ପିଛା ୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସହରରେ ବିଭିନ୍ନ ସ୍ଥାନ ମାନଙ୍କରେ ଲାଗି ଥିବା ବେଳେ ବର୍ତ୍ତମାନ ତାହା କାମ କରୁନାହିଁ ।