୩୦ ଦିନରୁ ଅଧିକ ଦିନ ଜେଲ୍ ରେ ରହିଲେ ନେତାଙ୍କ ପଦ ଯିବ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ୩୦ଦିନରୁ ଅଧିକ ଦିନ ଜେଲ୍ ରେ ରହିଲେ ନେତାଙ୍କ ପଦ ଯିବ । ଲୋକସଭା ଆଗତ ହେଲା ନୂଆ ବିଲ୍ । ଯେତେ ବଡ ମନ୍ତ୍ରୀ କି ନେତା ହୁଅନ୍ତୁ ୩୦ଦିନରୁ ଅଧିକ ଜେଲ୍ ରେ ରହିଲେ ପଦବୀ ଯିବ ବୋଲି ବିଲ୍ ପାରିତ ହୋଇଛି । ସେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ କି କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ରହିବ । ତେବେ ସଙ୍ଗୀନ ଅପରାଧିକ ମାମଲାରେ ଗିରଫ ନେତାଙ୍କ ବିରୋଧରେ ସରକାର ଆଣିବାକୁ ଯାଉଛନ୍ତି ଏହି ନୂଆ ବିଲ୍ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ୩ଟି ବିଲ୍ ଉପସ୍ଥାପନ କରିବେ । ଏହି ବିଲ୍ ମୁତାବକ, ଯଦି ନେତା ୩୦ରୁ ଅଧିକ ଜେଲରେ ରୁହନ୍ତି କିମ୍ବା ସେମାନଙ୍କୁ ଅତିକମରେ ୫ବର୍ଷ ଜେଲ୍ ଦଣ୍ଡ ବିଧାନ ହୁଏ. ତାହେଲେ ସେହି ନେତାଙ୍କୁ ବହିଷ୍କାର କରାଯିବ? ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ୨ମାସ ଜେଲରେ ରହିଥିଲେ ବି ନିଜ ପଦରୁ ଇସ୍ତଫା ଦେଇନଥିଲେ ।