ନୂଆଦିଲ୍ଲୀ : ବିଳମ୍ବିତ ରାତିରେ ବଡ଼ଧରଣର ଭୂକମ୍ପ ଝଟକା ଇଣ୍ଡୋନେସିଆରେ ଅନୁଭୂତ ହୋଇଛି | ତେବେ ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୭.୭ ରେକର୍ଡ କରାଯାଇଛି । ସୂଚନା ଅନୁସାରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୩୪୨କିଲୋମିଟର ଗଭୀରତାରେ ରହିଛି । ୟୁରୋପୀୟ ସିସମୋଲୋଜି ସେଣ୍ଟର ଅନୁଯାୟୀ, ଭୂମିକମ୍ପ ଝଟକା ଇଣ୍ଡୋନେସିଆ ଠାରୁ ୨୦୦୦କିଲୋମିଟର ଦୂର ଅଷ୍ଟ୍ରେଲିଆ ଏବଂ ଈଷ୍ଟ ତିମୋର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ୭.୭ ତିବ୍ରତା ଚଳିତ ବର୍ଷର ସବୁଠାରୁ ବଡ଼ ଭୂମିକମ୍ପ ବୋଲି କୁହାଯାଉଛି ।ତେବେ ସୋମବାର ବିଳମ୍ବିତ ରାତିରେ ଭୂମିକମ୍ପ ଝଟକା ଲାଗିଛି । ସ୍ଥାନୀୟ ସମୟର ରାତି ପ୍ରାୟ ୨.୪୭ମିନିଟରେ ଥରି ଉଠିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର । ଭୂକମ୍ପ ପରେ ଭୟଭୀୟ ହୋଇ ଘର ବାହାରକୁ ଚାଲିଆସିଥିଲେ ଲୋକେ । କେବଳ ସେତିକି ନୁହେ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ । ଭୂମିକମ୍ପ ପରେ ସୁନାମୀ ସତର୍କତା ଦିଆଯାଇଛି |