ଲ୍ୟାଣ୍ଡ ଫର ଜବ ସ୍କାମରେ ମିଳିଳା ଜାମିନ

ଲାଲୁ ଯାଦବ ଓ ତାଙ୍କ ପରିବାରକୁ ମିଳିଛି ଜାମିନ । ଜମି ବଦଳରେ ଚାକିରି ଦେବା ଦୁର୍ନୀତିରେ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ମିଳିଲା ଜାମିନ ।

ଭୁବନେଶ୍ୱର: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ସୁପ୍ରିମୋ ଲାଲୁ ଯାଦବ ଓ ତାଙ୍କ ପରିବାରକୁ ମିଳିଛି ଜାମିନ । ଜମି ବଦଳରେ ଚାକିରି ଦେବା ଦୁର୍ନୀତିରେ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ମିଳିଲା ଜାମିନ । ତେବେ ଜାମିନ ମିଳିବା ପରେ ମାର୍ଚ୍ଚ ୨୯ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସୂଚନାନୁଯାୟୀ ୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବାବେଳେ ରେଳ ବିଭାଗରେ ଚାକିରି ଦେବାକୁ ଲୋକଙ୍କ ଠାରୁ ଜମି ବଦଳ ନେଇଥିଲେ । ଏବଂ ଯାହାଠୁ ପଇସା ଦେଇ କିଣିଥିଲେ ତାକୁ ଶାଗ ମାଛ ଦରରେ କିଣି ନେଇଥିବା ଅଭିଯୋଗ ହୋଇଥିଲା । ଲୋକଙ୍କ ଜମିକୁ ଉପହାର ଭାବେ ଲାଲୁ ଯାଦବଙ୍କ ପରିବାର ସଦସ୍ୟଙ୍କ ନାମରେ କରିଦେଉଥିଲେ। ରେଲୱେ ନିଯୁକ୍ତିରେ ଜାଲିଆତି ହୋଇଛି ଏବଂ ରେଳବାଇରେ ନିଯୁକ୍ତ ପାଇଁ ଥିବା ନିର୍ଦ୍ଦିଷ୍ଟ ନିୟମର ଉଲ୍ଲଂଘନ ହୋଇଛି ବୋଲି ସିବିଆଇ ଚାର୍ଜସିଟ୍ରେ ଦର୍ଶାଇ ଥିଲା । ଏହି ମାମଲାରେ ସିବିଆଇ ଲାଲୁଙ୍କ ପରିବାର ସମେତ ୧୪ ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ କରିଥିଲା ।

                                     
ଥରେ କି ଦୁଇ ଥର ନୁହଁ ପୂର୍ବରୁ ମଧ୍ୟ ଲାଲୁ ଯାଦବ ଖାଇବା ଦୁର୍ନୀତିରେ ମଧ୍ୟ ୫ ବର୍ଷ ଜେଲ ଯାଇଥିଲେ । ସେହି ମାମଲାରେ ୯୯ ଅଭିଯୁକ୍ତ ମାନଙ୍କୁ ଚିବ୍ନଟ କରାଯାଇଥିବା ବେଳେ ୨୪ ଜଣ ଖଲାସ ହୋଇତିବା ବେଳେ ୪୬ ଜଣ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ସେହିପରି ଫୋଡର ସ୍କାମରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ବିହାରର ବିଭିନ୍ନ ସରକାରୀ ଭଣ୍ଡାରରୁ ୯୫୦ କୋଟି ଟଙ୍କାର ଦୁର୍ନୀତି କରିଥିଲେ । ତେବେ ୨୦୧୮ ମସିହାରେ ଲାଲୁ ୩୩.୧୩ କୋଟି ଟଙ୍କା ଠକେଇ ମାମଲା ସାମ୍ନାକୁ ଆସିଥିଲା । ହେି ମାମଲାରେ ଲାଲୁଙ୍କୁ ୩ ବର୍ଷ ଜେଲ ଦଣ୍ଡା ଦେଶ ମିଳଇଥିଲା । ଜମି ବଦଳରେ ଚାକିରି ଦେବା ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ, ରାବ୍ରି ଦେବୀ, ମିସା ଭାରତୀ ଓ ହେମା ଯାଦବଙ୍କ ସମେତ ୧୬ ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ଆଜି ହାଜର ହେବା ପାଇଁ ସମନ କରାଯାଇଥିଲା। ଏହି ମାମଲରେ ସିବିଆଇ ଏକ ସପ୍ତାହ ପୂର୍ବରୁ ରାବ୍ରି ଦେବୀ, ଲାଲୁ ଯାଦବ ଓ ମିସା ଭାରତୀ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା କରିସାରିଛି। ସେପଟେ ଇଡି ଲାଲୁ ପରିବାରର ସଦସ୍ୟ ଓ ଠିକଣାରେ ଚଢ଼ାଉ ମଧ୍ୟ କରିଥିଲା।
୧୪ ବର୍ଷ ପୁରୁଣା ଏହି କେସ୍କୁ ନେଇ ଲାଲୁଙ୍କ ପରିବାରକୁ ଘାଣ୍ଟୁଛି ସିବିଆଇ। ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ରେଳବାଇରେ ଚାକିରି ବଦଳରେ ସେ ଲୋକଙ୍କ ଜାଗା ହଡ଼ପ କରିଥିବା ତଥା ବହୁ କମ୍ ମୂଲ୍ୟରେ କିଣିଥିବା ଅଭିଯୋଗ ହୋଇଥିଲା। ୧୮ ମେ’ରେ ସିବିଆଇ ଏନେଇ ମାମଲା ରୁଜୁ କରିଥିଲା।