ଅଦ୍ଭୁତ ଥିଲା କୃଷ୍ଣଙ୍କର ବାଲ୍ୟଜୀବନ

ଭୁବନେଶ୍ୱର: ବାସ୍ତୁର ଏହି ନିୟମ କୃଷ୍ଣଙ୍କ ବାଲ୍ୟକାଳ ଅନେକ ଲୀଳା ବିଷୟରେ ଶୁଣିବାକୁ ଓ ପଢ଼ିବାକୁ ମିଳିଥାଏ । ଯାହାକୁ ପଢ଼ି କିମ୍ବା ଶୁଣି କେହି ବି ଭାବବିଭୋର ହୋଇଯିବେ । ଏହା ତାଙ୍କର ଯାଦୁ ହିଁ ଥିଲା । ତାଙ୍କର ଦୁଷ୍ଟାମୀକୁ ଦେଖିବା ଏବଂ ପୁଣି ତାଙ୍କୁ କ୍ଷମା କରିବାକୁ ଲୋକ ବ୍ୟାକୁଳ ରହୁଥିଲେ । ଯଦି ଆପଣ କୃଷ୍ଣଙ୍କ ବାଲ୍ୟଭୂମି ଗୋକୁଳ ନଗରୀ ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଆପଣଙ୍କୁ ନିଜ ଭିତରେ ଏକ ସ୍ୱତନ୍ତ୍ର ସ୍ଥିତି ସୃଷ୍ଟି କରିବାକୁ ହେବ । ଅଦ୍ଭୁତ ଥିଲା କୃଷ୍ଣଙ୍କର ବାଲ୍ୟଜୀବନ- ତାଙ୍କର ମନମୋହକ ଚେହେରା, ଅନୁପମ ହସ, ବଂଶୀ ଓ ତାଙ୍କ ନୃତ୍ୟ ଏପରି ଥିଲା ଲୋକମାନେ ଆନନ୍ଦରେ ଡୁବିଯାଉଥିଲେ । ଏହା ଏପରି ଆନନ୍ଦ ଥିଲା, ଯାହାକୁ ସେମାନେ ପୂର୍ବରୁ କେବେ ଜାଣିନଥିଲେ । ସେ ସମ୍ପର୍କକୁ ଏତେ ନିବିଡ କରିଦେଉଥିଲେ ଯେ, ଲୋକ ତାଙ୍କପାଇଁ ପାଗଳ ହେଇଯାଉଥିଲେ ।

କୃଷ୍ଣଙ୍କ ବାଲ୍ୟକାଳ ଅନେକ କିଛି କୁହାଯାଇଛି ଏବଂ ଲେଖାଯାଇଛି । ତାଙ୍କ ଉପରେ ଅସଂଖ୍ୟ ଗୀତ ମଧ୍ୟ ଲେଖାଯାଇଛି । ଏହି କଥା ପାଖାପାଖି ୩୫୦୦ ବର୍ଷ ପୁରୁଣା, ଯାହା ଏପରି ଲାଗୁଛି ଯେମିତି ଏହା କାଲିର ଘଟଣା । ଗାଈ ଚରାଇବା ଏବଂ ଉପରେ ଶିକା ମାଠିଆ ତାଙ୍କ ବାଳ୍ୟକାଳ ସହ ଯୋଡ଼ିହୋଇରହିଛି । ଏହା ସବୁ ଗ୍ରାମୀଣ ସଂସ୍କୃତିରେ ମହତ୍ୱପୂର୍ଣ୍ଣ ଅଂଶ ରହିଛି । ଆଜି ମଧ୍ୟ ଭାରତର ଗ୍ରାମୀଣ ଗାଁଗୁଡ଼ିକରେ ଦହି ଓ ଲହୁଣି ଉଚ୍ଚ ଶିକାରେ ମାଠିଆରେ ରଖାଯାଇଥାଏ । ଯାହାକି ପଶୁ ଓ ପିଲାଙ୍କ ଠାରୁ ଦୂରେଇ ରଖାଯାଇଥାଏ । କିନ୍ତୁ କୃଷ୍ଣ ବଡ଼ ଖୁସିରେ କହୁଥିଲେ ମୁଁ ଲବଣି ଚୋରି କରିଛି । ଯଦି ମୁଁ ଲବଣୀ ଚୋରି ନ କରିବି, ତେବେ ଗାଁ ଲୋକଙ୍କୁ ଆନନ୍ଦ ଆସିବ ନାହିଁ । କୃଷ୍ଣ ଏବଂ ତାଙ୍କ ମିତ୍ର ଲୋକଙ୍କ ଛପର ଖୋଲି ଘରେ ପଶିଯାଉଥିଲେ ।

ମାଠିଆ ଉଚ୍ଚରେ ଟଙ୍ଗା ଯାଇଥିବା କାରଣରୁ ଜଣେ ଆରଜଣଙ୍କ କାନ୍ଧରେ ଚଢ଼ି ଲବଣି ଚୋରି କରୁଥିଲେ । ଯଦି ମାଠିଆ ବହୁ ଉଚ୍ଚରେ ରହୁଥିଲ. ତେବେ ସେମାନେ ପଥର ମାରି କଣା କରିଦେଉଥିଲେ । ଏହାଦ୍ୱାରା ଦହି କିମ୍ବା ଲବଣି ବୋହୁଥିଲା ଏବଂ ସେମାନେ ତଳେ ପାଟିଖୋଲି ଠିଆହେଇଯାଉଥିଲେ । ବେଳେବେଳେ ମାଠିଆ ପୂରା ଭାଙ୍ଗିଯାଉଥିଲା ଏବଂ ଭୂମିରୁ ଉଠାଇ ସେମାନେ ଖାଇବା ଆରମ୍ଭ କରିଦେଉଥିଲେ । ସେମାନେ ଏହି ଦହି ଓ ଲବଣିକୁ ସମସ୍ତଙ୍କ ମଧ୍ୟରେ ବାଣ୍ଟି ନେଉଥିଲେ । ଏହି କଥାକୁ ନେଇ କିଛି ମହିଳା ଅସନ୍ତୁଷ୍ଟ ଥିଲେ ତ ଆଉ କିଛି କ୍ରୋଧିତ ହୋଇଯାଉଥିଲେ । କାରଣ ଲବଣି ତାଙ୍କର ଜୀବିକା ଥିଲା । ସେମାନେ ଲଗାତାର କୃଷ୍ଣଙ୍କ ମାତାଙ୍କୁ ଅଭିଯୋଗ କରୁଥିଲେ । କୃଷ୍ଣଙ୍କ ମାତାଙ୍କୁ ଅଭିଯୋଗ କରିବା ପାଇଁ ପହଞ୍ଚିବା ସମୟରେ ସେ ନିଜ ମାତାଙ୍କ ପଛରେ ଲୁଚିଯାଉଥିଲେ । ଗୋପୀମାନଙ୍କୁ ନିରୀହ ନଜରରେ ଚାହୁଁଥିଲେ । ଯାହାଫଳରେ ସମସ୍ତ ଗୋପୀ ହସିଦେଉଥିଲେ ।