ବିବାହ କରିବେ ନାହିଁ ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ
ଗତ ୩ ବର୍ଷ ହେବ ବଲିଉଡ ଷ୍ଟାର ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀଙ୍କୁ ଡେଟ୍ କରୁଛନ୍ତି ଭାରତୀୟ କ୍ରିକେଟର ଷ୍ଟାର୍ ବ୍ୟାଟ୍ସ ମ୍ୟାନ୍ କେ.ଏଲ୍ ରାହୁଲ। ଦୁହେଁ ଖୁବଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ।
(ମୁମ୍ବାଇ) : ଗତ ୩ ବର୍ଷ ହେବ ବଲିଉଡ ଷ୍ଟାର ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀଙ୍କୁ ଡେଟ୍ କରୁଛନ୍ତି ଭାରତୀୟ କ୍ରିକେଟର ଷ୍ଟାର୍ ବ୍ୟାଟ୍ସ ମ୍ୟାନ୍ କେ.ଏଲ୍ ରାହୁଲ। ଦୁହେଁ ଖୁବଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ।

ଏହି ଦମ୍ପତ୍ତି କିନ୍ତୁ ଏବେ ବିବାହ କରିବେନି। ବିବାହ ପୂର୍ବରୁ ଦୁହେଁ ଲିଭ୍-ଇନ୍ରେ ରହିବାକୁ ଯାଉଛନ୍ତି । ଏବେ ଏକ ଭଡା ଘରେ ରହିବେ ଆଥିଆ ଓ ରାହୁଲ। ସେ ଅଭିନେତା ରଣବୀର କପୁର ଓ ଆଲିଆଙ୍କ ପଡୋଶୀ ସାଜିବେ। ଆଥିଆ ଓ ରାହୁଲଙ୍କ ଏହି ଭଡା ଘରଟି ‘ବାସ୍ତୁ’ ଠାରୁ ବେଶ୍ ନିକଟତର ବୋଲି ଶୁଣିବାକୁ ମିଳିଛି।

ସୂଚନାନୁଯାୟୀ , ଏହି ଦମ୍ପତି ବାନ୍ଦ୍ରାସ୍ଥିତ କାର୍ଟର ରୋଡରେ ୪ ବେଡ୍ରୁମ୍ ବିଶିଷ୍ଟ ବିଲ୍ଡିଂ କିଣିବେ। ସେ ଏହି ବଙ୍ଗଳାକୁ ଭଡାରେ ଦେଇଥା’ନ୍ତେ ଏବଂ ଏହାର ଭଡା ମାସକୁ ୧୦ ଲକ୍ଷ ଟଙ୍କା ଥିଲା।