ବିବାହ ଭୋଜି ଦେଲେ ଖାନ ସାର୍ । ଖାନ ସାରଙ୍କ ରିସେପ୍ସନକୁ ନେଇ ବହୁତ ଚର୍ଚ୍ଚା ହେଉଛି । ଏହି ସମୟର ଫଟୋ ସୋସିଆଲ ମିଡିଆରେ ପ୍ରକାଶିତ ହୋଇଛି । ତାଙ୍କ ରିସେସ୍ପନ ଭୋଜିରେ ପହଞ୍ଚଛନ୍ତି ଆରଜେଡି ନେତା ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ । ଖାନ ସାର ଏବଂ ତଜସ୍ୱୀଙ୍କ ମଧ୍ୟରେ କିଛି ସମୟ ଧରି ବର୍ତ୍ତାଳାପ ହୋଇଥିଲା । ଯାହାର ଭିଡିଓ ଭାଇରାଲ ହୋଇଛି । ତେବେ ତେଜସ୍ୱୀ ଯାଦବ ଖାନ ସାର୍ ଏବଂ ତାଙ୍କ ପତ୍ନୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ସମୟରେ ତେଜସ୍ୱୀ ପଚାରିଲେ ଆପଣ କେବେ ବିବାହ କରିଥିଲେ? ଏହା ଉପରେ ଖାନ ସାର୍ କହିଥିଲେ ଯେ ସେ ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ବିବାହ କରିଥିଲେ। ଖାନ ସାର୍ ପରିହାସ କରି କହିଲେ ଯେ ମୋ ବିବାହର ମଡେଲ ଠିକ୍ ଆପଣଙ୍କ ପରି ଥିଲା, କେବଳ ପରିବାର ସଦସ୍ୟଙ୍କ ସହିତ। ମୋ ବିବାହରେ କେବଳ ୧୨ ରୁ ୧୩ ଜଣ ଲୋକ ଯୋଗ ଦେଇଥିଲେ। ମୁଁ ଆପଣଙ୍କୁ କପି କରିଥିଲି।
କାରଣ ଡିସେମ୍ବର ୯, ୨୦୨୧ ରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ତାଙ୍କ ପିଲାଦିନର ବନ୍ଧୁ ରାଚେଲ ଓରଫ ରାଜଶ୍ରୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହି ବିବାହ ବିଷୟରେ ପୂର୍ବରୁ କେହି ଜାଣି ନଥିଲେ। ଦିଲ୍ଲୀର ସାକେତରେ ଥିବା ମିସା ଭାରତୀଙ୍କ ସୈନିକ ଫାର୍ମରେ ତେଜସ୍ୱୀ ଯାଦବ ତାଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଥିଲେ।
ତେବେ ଖାନ ସାର ନିଜ ବିବାହ ଖବର ଛାତ୍ରମାନଙ୍କୁ ଜଣାଇଥିଲେ । ଏପରୁିକି ସେ ଜୁନ ୬ରେ ଭୋଜି ଦେବେ ବୋଲି କହିଥିଲେ । ଖାନ ସାର୍ଙ୍କ ପାର୍ଟିରେ, ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ଶିକ୍ଷାମନ୍ତ୍ରୀ ସୁନୀଲ କୁମାର, କେନ୍ଦ୍ର ରାଜ୍ୟମନ୍ତ୍ରୀ ରାଜଭୂଷଣ ନିଷାଦଙ୍କ ସମେତ ଅନେକ ବଡ଼ ବ୍ୟକ୍ତିତ୍ୱ ସେମାନଙ୍କ ଉପସ୍ଥିତିରେ ଏହି ବିଶେଷ ଦିନକୁ ଆହୁରି ସ୍ମରଣୀୟ କରିଦେଇଥିଲେ।