କେରଳରେ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ
କେରଳରେ ଜଣେ ୟୁକେ ଫେରନ୍ତା ଓମିକ୍ରନ୍ ଭ୍ୟାରିଆଣ୍ଟରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
(କେରଳ) : କେରଳରେ ଜଣେ ୟୁକେ ଫେରନ୍ତା ଓମିକ୍ରନ୍ ଭ୍ୟାରିଆଣ୍ଟରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଡିସେମ୍ବର ୬ରୁ ବ୍ରିଟେନ୍ରୁ ଭାୟା ଆବୁଧାବି ଦେଇ ଫେରିଥିଲେ। ଡିସେମ୍ବର ୮ରେ ତାଙ୍କ ସାମ୍ପୁଲ ପରୀକ୍ଷା କରିଥିଲେ। ଏଥିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି।
ସୂଚନାନୁଯାୟୀ , ଏର୍ଣ୍ଣାକୁଲମର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି। ତେବେ ରୋଗୀର ଅବସ୍ଥା ସ୍ଥିର ଅଛି ଏବଂ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଡାକ୍ତରୀ ଟିମ୍ କହିଛନ୍ତି। ତେବେ ତାଙ୍କ ସହ ଆସିଥିବା ୧୪୯ ଜଣ ବିମାନ ଯାତ୍ରୀଙ୍କୁ ଏହି ତଥ୍ୟ ବିଷୟରେ ଅବଗତ କରି ଦିଆଯାଇଛି। ଏହି ମାମଲାକୁ ମିଶାଇ ଭାରତରେ ଅଦ୍ୟାବଧି ଓମିକ୍ରମ ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ହୋଇଛି।