୨୦୨୪ରେ ଓଡିଶାରେ ଉଭା ହେବେ କେଜିରୱାଲ ; ନିଶିକାନ୍ତ ମହାପାତ୍ର

ଭୁବନେଶ୍ୱର: ଦିଲ୍ଲୀରେ ଦୁଇଦୁଇ ଥର ଜିତିବା ପରେ ପଞ୍ଜାବରେ ସଫଳତା ହାସଲ କରିଛି ଆମ୍ ଆଦମୀ ପାର୍ଟି । ଏହାପରେ ପୁରା ଭାରତ ବର୍ଷରେ ନିଜ ଗଡ ତିଆରି କରିବ ଆପ୍ । ଏହି ପରିପ୍ରେକ୍ଷୀରେ ଓଡିଶାର ଆମ୍ ଆଦମୀ ପାର୍ଟିର ମୁଖ୍ୟ ନିିଶିକାନ୍ତ ମହାପାତ୍ରଙ୍କ ସହ ଏକ ସ୍ୱତନ୍ତ୍ର ସାକ୍ଷାତ କରିଥିଲେ ଆମ ବ୍ୟୁରୋଚିଫ୍ ତାପସ ଦାସ । ସେହି ସାକ୍ଷାତକାରରେ ନିଶିକାନ୍ତ ମହାପାତ୍ର ଓଡିଶାକୁ ନେଇ କହିଛନ୍ତି ୨୦୨୪ ରେ ଓଡିଶାରେ ଏକ ପ୍ରମୁଖ ଦଳ ଭାବେ ନଜର ଆସିବ ଆମ୍ ଆଦମୀ ପାର୍ଟି ।

ଲୋକଙ୍କ ପାଖରେ ଆପ୍ ପହଞ୍ଚିବାର ମାଧ୍ୟମ :

ଓଡିଶା ଆପର ମୁଖ୍ୟ ନିିଶିକାନ୍ତ ମହାପାତ୍ରଙ୍କ କହିବା ଅନୁଯାୟୀ ଆମ୍ ଆଦମୀ ପାର୍ଟି ଲୋକ ମାନଙ୍କ ପାଖରେ ପହଞ୍ଚିବାର ପ୍ରମୁଖ ମାଧ୍ୟମ ହେଉଛି ବିଜୁଳି, ସ୍ୱାସ୍ଥ୍ୟ, ପାଣି, ଶିକ୍ଷା ଓ ଗମନା ଗମନ । ଯାହାକୁ ଯୋଗାଇ ଦେଉଛି କେଜିରୱାଲ ସରକାର । ଏଣୁ ସହଜରେ ଆପକୁ ଆପଣାଇ ନେଉଛନ୍ତି ସାଧାରଣ ଜନତା ।
ଓଡିଶାରେ ଆମ୍ ଆଦମୀ ପାର୍ଟିର ବିକଳ୍ପ :

ନିିଶିକାନ୍ତଙ୍କ ସୂଚନା ଅନୁସାରେ, ଏଥର ପଞ୍ଚାୟତ ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରର୍ଥୀ ରଖିଥିଲା ଆପ୍ । ସେଥିରୁ ପ୍ରାୟ ୨ଜଣ ସରପଞ୍ଚ ଏବଂ ୮ ଜଣ ୱାର୍ଡମେମ୍ବର ବିଜୟ ଲାଭ କରିଛନ୍ତି । ଏହା ସହ ପ୍ରତି ସିଟ୍‌ରେ ୮୦୦ ଉପରେ ଭୋଟ ଗ୍ରହଣ କରିଥିବା ଦାବି କରିଛନ୍ତି ନିଶିକାନ୍ତ । ଏହିପରି ଧୀରେ ଧୀରେ ଓଡିଶାକୁ ଅକ୍ତିଆର କରିବାରେ ଆଶା ରଖିଛି ଆପ୍ । ଏହା ସହ ପୌର ନିର୍ବାଚନରେ ମଧ୍ୟ ଭୁବନେଶ୍ୱର ମେୟର ପ୍ରାଥିର୍ନୀ ଭାବେ ସରୋଜିନୀ ଖୁଣ୍ଟିଆଙ୍କ ସହ ୧୨ ଜଣ କର୍ପୋରେଟରଙ୍କୁ ମୈଦାନରେ ଛିଡା କରାଇଛି ଆପ୍ ।

କେଜିରୱାଲଙ୍କ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା :

ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଯଦି କେହି ବିକଳ୍ପ ଚେହେରା ଅଛି ସେ ହେଉଛନ୍ତି ଅରବିନ୍ଦ କେଜିରୱାଲ । ତାଙ୍କ କହିବା ଅନୁସାରେ, ଦିଲ୍ଲୀ ପରେ ପଞ୍ଜାବ ଆପଣାଇଛି ଆପ୍‌କୁ ଏହାପରେ ଓଡିଶା ସମେତ ପୁରା ଭାରତ ମଧ୍ୟ ଆପ୍‌କୁ ଆପଣାଇବା ନେଇ ତିଳେ ମାତ୍ର ସନ୍ଦେହ ନାହିଁ । ଏହା ସହ କେଜିରୱାଲଙ୍କ ଲୋକମାନଙ୍କ ପାଖରେ ପହଞ୍ଚିବାର ମାଧ୍ୟମ ହିଁ ତାଙ୍କୁ ଭାରତ ଜିତିବାରେ ସାହାଯ୍ୟ କରିବ ।

ବିଜେଡି ଆପଣାଉଛି ଆପ୍‌ର ମାଧ୍ୟମ :

ବିଜେଡି କେବଳ ଆପ୍‌କୁ ନକଲ କରୁଛି । ବିଜେଡି ଆପ୍‌ର ମାଧ୍ୟମକୁ ଆପଣାଉଛି ସେ ପୁଣି କେବଳ ରଙ୍ଗରେ କିନ୍ତୁ ତାର କାର୍ଯ୍ୟକୁ ଉଚିତ୍ ଉଦ୍ଦେଶ୍ୟରେ ତୁଲାଇ ପାରୁନି । କାରଣ ବିଜେଡି ପାଖରେ ସେପରି ଦକ୍ଷତା ନ ଥିବା କହିଛନ୍ତି ନିିଶିକାନ୍ତ ମହାପାତ୍ର । ଓଡିଶା ବାସୀ କେବଳ ଉଚିତ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।

ଏହା ସହ କହିଛନ୍ତି ଯେ ଆମ୍ ଆଦମି ପାର୍ଟି ଏକ ପୂର୍ଣ୍ଣ ରାଜ୍ୟ ଗଢିବାର ଲକ୍ଷ ରଖିଛି । ସେ ଦାବି କାରିଛନ୍ତି ଯେ ଆଜି ପଞ୍ଜାବ ଆପଣାଇଛି ଆଗକୁ ୨୦୨୪ ସୁଧା ଓଡିଶା ମଧ୍ୟ ଆପଣାଇବ ଏବଂ ସାରା ଭାରତରେ ନିଜର ଗଡ ସୃଷ୍ଟି କରିବ ଆପ୍ ।