କନ୍ୟା ସୁମଙ୍ଗଳ ଯୋଜନା: ଜନ୍ମ ପରେ ଝିଅ ନାମରେ ଟଙ୍କା ଜମା, ୨୧ ବର୍ଷରେ ମିଳିବ ଲକ୍ଷାଧିକ ରାଶି

Bhubaneswar: ରାଜ୍ୟରେ ଝିଅମାନଙ୍କ ସୁରକ୍ଷା ଓ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ “କନ୍ୟା ସୁମଙ୍ଗଳ ଯୋଜନା” ଆରମ୍ଭ ହେବାକୁ ଯାଉଛି। ଏନେଇ ଉପମୁଖ୍ୟମନ୍ତ୍ରୀ Pravati Parida ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଝିଅ ଜନ୍ମ ହେବାର ବର୍ଷକ ମଧ୍ୟରେ ତା ନାମରେ ଟଙ୍କା ଜମା କରାଯିବ। ପରେ ଝିଅ ୨୧ ବର୍ଷରେ ପ୍ରବେଶ କଲେ, ତାଙ୍କ ଅକାଉଣ୍ଟକୁ ଲକ୍ଷାଧିକ ଟଙ୍କା ହସ୍ତାନ୍ତର ହେବ।

ଏହି ଯୋଜନା ଚାଲୁ ବର୍ଷର ବଜେଟରେ ଘୋଷଣା କରାଯାଇଥିବା ବେଳେ, ଏହାର ସ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରୋସିଜର (SOP) ଖୁବ୍‌ଶୀଘ୍ର ଫାଇନାଲ କରାଯିବ ବୋଲି ସେ ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କନ୍ୟା ସୁମଙ୍ଗଳ ଯୋଜନାଟି ଏଜୁକେସନ ବେସଡ଼ ହେବ ଓ ଝିଅମାନଙ୍କ ଶିକ୍ଷା ଓ ଭବିଷ୍ୟତ ସୁରକ୍ଷାକୁ ମଧ୍ୟନଜରରେ ରଖି ଏହା ରୂପାୟଣ କରାଯିବ। ଯୋଜନାର ସମସ୍ତ ବିବରଣୀ ଏବଂ କାର୍ଯ୍ୟପ୍ରଣାଳୀ SOP ଜାରି ହେବା ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।