ବର୍ଷାରେ ବୁଡିଲା କାଙ୍ଗୁରକୋଣ୍ଡ ପୋଲ, ୩୨୬ ନଂ ଜାତୀୟ ରାଜପଥରେ ଯାତାୟତ ଠପ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ପୋଲ ଉପରେ ପାଣି ପ୍ରଭାବିତ ହେଉଛି । କାଙ୍ଗୁରକୋଣ୍ଡ ଓ ଏମ୍.ଭି-୯୬ ପୋଲ ଉପରେ ୩ ରୁ ୪ ଫୁଟ ଉପରେ ପାଣି ପ୍ରଭାବିତ ଯୋଗୁଁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି ।କନ୍ୟାଶ୍ରମ ବ୍ରିଜରେ ଉପରେ ମଧ୍ୟ ୩ ଫୁଟ ଉପରେ ପାଣି ପ୍ରଭାବିତ ହେବାରୁ ବ୍ରିଜର ଉଭୟ ପାଶ୍ୱର୍ରେ ଯାନବାହାନ ଅଟକ ଅଛି।

ବର୍ତ୍ତମାନ ୩୨୬ନଂ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛିା ପୋଲ ଉପରେ ପାଣି ପ୍ରଭାହିତ ହେଉଥିବାରୁ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି ।ବର୍ଷା ପାଇଁ ସପ୍ତାହ ମଧ୍ୟରେ ଏହି ପୋଲ ଦୁଇଥର ବୁଡିଲାଣି । ପୋଲର ଉଭୟ ପଟରେ ଅନେକ ଯାନବାହାନ ଅଟକ ରହିଛି । ଏହା ନେଇ ଲୋକ ଅନେକ ଅସୁବିଧାର ସମୁଖୀନ ହେଉଛନ୍ତି ।