BSKY ଯୋଜନାରେ କନ୍ଧମାଳ ସାମିଲ

ଭୁବନେଶ୍ୱର: ଆଜି BSKY ଯୋଜନାରେ ସାମିଲ ହୋଇଛି କନ୍ଧମାଳ ଜିଲ୍ଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ଜିଲ୍ଲାର ମୋଟ ୬ ଲକ୍ଷ ୫୦ ହଜାର ଲୋକ ଉପକୃତ ହୋଇ ପାରଛନ୍ତି ।
କନ୍ଧମାଳ ପାଇଁ ମୁଖ୍ୟମନ୍ତ୍ରୀ ୨୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଜିଲ୍ଲାରେ ପର୍ୟ୍ୟଟନ ଓ ଜୈବିକ ଫସଲ ପାଇଁ ଖୁବ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ପର୍ୟ୍ୟଟକ ମାନଙ୍କ ପାଇଁ Eco-Tourism ପାଇଁ ମଧ୍ୟ କନ୍ଧମାଳ ଚର୍ଚ୍ଚାରେ ରହିଛି ।
ଏହି କାର୍ୟ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ ଓ ବିଧାୟକ ଅଙ୍ଗଦ କହଁର ପ୍ରମୁଖ ଯୋଗ ଦେଇଥିଲେ । ନମ୍ର ସ୍ବଭାବ ଓ ଦୂରଦୃଷ୍ଟି ଯୋଗୁଁ ବିକାଶ ଇତିହାସରେ ଓଡିଶା ଏକ ନୂତନ ଶିଖରରେ ପହଞ୍ଚିପାରିଛି ବୋଲି ସେମାନେ ପ୍ରକାଶ କରିଛନ୍ତି ।