ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାଚନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ କଳାହାଣ୍ଡି ଗସ୍ତ କରିଛନ୍ତି । ତୃତୀୟ ଲହରର ଆଶଙ୍କା ରହୁଥିବାରୁ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଯଥା ସ୍ୱାସ୍ଥ୍ୟ ବ୍ୟବସ୍ଥା, ଶିକ୍ଷା, ଏବଂ ଜଳସେଚନ କ୍ଷେତ୍ର ଗୁଡିକୁ ସମୀକ୍ଷା କରିଛନ୍ତି ।
ଉକ୍ରେଳା ଏୟାରଷ୍ଟ୍ରିପରେ ଅବତରଣ ପରେ ୫ଟି ସଚିବ ଊକ୍ରେଳା ଏୟାଷ୍ଟ୍ରିପର ବର୍ତ୍ତମାନ ସ୍ଥିତିକୁ ସମୀକ୍ଷା କରିଛନ୍ତି । ଏହାପରେ ଭବାନୀପାଟଣାର ମେଡିକାଲ କଲେଜ ଏବଂ ୬୫୦ ଶଯ୍ୟା ବିଶିଷ୍ଟ ଭବାନୀପାଟଣା ହସ୍ପିଟାଲ ପରିଦର୍ଶନ କରିଛନ୍ତି । ୨୦୨୧ ଡିସେମ୍ବର ସୁଦ୍ଧା ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଜିଲ୍ଲାରେ ତୃତୀୟ ଲହରକୁ ନେଇ ପ୍ରସ୍ତୁତିର ରଣନୀତି ଓ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ୫ଟି ସଚିବ । କେସିଙ୍ଗା – ବଲାଙ୍ଗିର ୨୨୦ କେଭି ବିଦ୍ୟତ୍ ଲାଇନ କ୍ଲିୟରାନ୍ସ ଉପରେ ମଧ୍ୟ ସମୀକ୍ଷା କରିଛନ୍ତି । ଏଥି ସହିତ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ଇନ୍ଦ୍ରାବତୀ ଜଳସେଚନର ପ୍ରକଳ୍ପ , ସାନଦୁଲ ଜଳସେଚନ ପ୍ରକଳ୍ପ, ଏମ ରାମପୁର ଏବଂ ଅନ୍ୟାନ୍ୟ ଜଳସେଚନ ପ୍ରକଳ୍ପ ଉପରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି । ଏହା ସହ ଭବାନୀପାଟଣାରେ ନୂଆ ତିଆରି ହେଉଥିବା ବସଷ୍ଟାଣ୍ଡକୁ ୬ ମାସ ଭିତରେ ସମ୍ପୁର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।