ଭାରତ ପାଇ କାଂସ୍ୟ ଆଣିଲେ ଜ୍ୟୋତି

ଚେଙ୍ଗଡୁ: ଭାରତ ପାଇ କାଂସ୍ୟ ଆଣିଲେ ଜ୍ୟୋତି ଓ ଆମ୍ଳାନ | ଚେଙ୍ଗୁଡୁରେ ଚାଲିଥିବା ବିଶ୍ବବିଶ୍ବବିଦ୍ୟାଳୟ କ୍ରୀଡ଼ାର ମହିଳା ୧୦୦ ମିଟର ବାଧାଦୌଡ଼ରେ ଭାରତୀୟ ଧାବିକା ଜ୍ୟୋତି ୟାରାଜି ୧୨.୭୮ ସେକେଣ୍ଡ ସମୟ ନେଇ କାଂସ୍ୟ ପଦକ ଜିତିଛନ୍ତି। ଏହା ତାଙ୍କର ଜାତୀୟ କୀର୍ତ୍ତିମାନ ସମୟଠୁ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ। ଗତବର୍ଷ ବେଙ୍ଗାଲୁରୁରେ ୬୧ତମ ଜାତୀୟ ଓପନ୍‌ ଦୌଡ଼କୁଦ ପ୍ରତିଯୋଗିତାରେ ଜ୍ୟୋତି ୧୨.୮୨ ସେକେଣ୍ଡ ସମୟ ସହ କୀର୍ତ୍ତିମାନ କରିଥିଲେ। ‌ହେଲେ ଅଲିମ୍ପିକ ଯୋଗ୍ୟତା ସମୟ ୧୨.୭୭ ସେକେଣ୍ଡ ସମୟ ଥିଲା ବେଳେ ଜ୍ୟୋତି ଅଳ୍ପକେ ଏଥିରୁ ବଞ୍ଚିତ ହୋଇଥିଲେ।