ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି)– ଆଜିଠୁ ଆରମ୍ଭ ହେଲା ଜିଓର ଜିଓ ଫାଇବର ସେବା । ଦେଶର ମୋଟ ୧୬୦୦ଟି ସହରରେ ଏହି ସେବା ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି । ପ୍ରଥମ ୧୦୦ ପ୍ରତିଶତ ଜିଓ ଫାଇବର ବ୍ରଡବ୍ୟାଣ୍ଡ ସେବା ୧୦୦ ଏମବିପିଏସରୁ ଆରମ୍ଭ ହୋଇ ୧ ଜିବିପିଏସ ପର୍ଯ୍ୟନ୍ତ ଯିବ ବୋଲି ଜଣାପଡିଛି । ଏହି ହାଇସ୍ପିଡ ବ୍ରଡବ୍ୟାଣ୍ଡ ୧ ଜିବିପିଏସ ପର୍ଯ୍ୟନ୍ତ ମାଗଣା ଘରୋଇ ଭଏସ କଲିଂ, କନଫେରନ୍ସିଂ ଏବଂ ଅନ୍ତର୍ଜାତୀୟ କଲି. ଟିଭି ଭିଡିଓ କଲିଂ ଆଣ୍ଡ କନଫେରେନ୍ସିଂ; ଏଣ୍ଟରଟେନମେଣ୍ଟ୍ ଓଟିଟି ଆପ୍; ଗେମିଂ; ହୋମ୍ ନେଟୱାର୍କିଂ; ଡିଭାଇସ୍ ସିକ୍ୟୁରିଟି; ଭିଆର୍ ଏକ୍ସପେରିଏନ୍ସ ଏବଂ ପ୍ରିମିୟମ କଣ୍ଟେଣ୍ଟ ପ୍ଲାଟଫର୍ମ ଉପଲବ୍ଧ ହେବ । ଏହି ସେବା ମାସିକ ୬୯୯ ଟଙ୍କାରୁ ଆରମ୍ଭ ହୋଇ ୮୪୯୯ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଗ୍ରାହକମାନେ ୩ମାସିକିଆ, ୬ମାସିକିଆ ଓ ୧୨ମାସିକିଆ ପର୍ଯ୍ୟନ୍ତ ଗ୍ରାହକମାନେ ପ୍ଲାନ ନେଇ ପାରିବେ । ଏହାସହ ବ୍ୟାଙ୍କ ସହଯୋଗରେ ମାସିକିଆ କିସ୍ତିରେ ଗ୍ରାହକମାନେ ବର୍ଷିକିଆ ପ୍ଲାନ ନେଇ ପାରିବେ ବୋଲି ଜିଓ ପକ୍ଷରୁ କୁହାଯାଉଛି । । କମ୍ପାନି ପକ୍ଷରୁ ଜିଓଫାଇବର ୱେଲକମ୍ ଅଫର୍ ମଧ୍ୟ ଘୋଷଣା କରାଯାଇଛି ।