କଥାକାର ଗୁରୁପଦ ନାଥ: ସାଢେ ଚାରି କୋଟି ଓଡ଼ିଆଙ୍କ ଭାବର ଠାକୁର ଆମ ପ୍ରିୟ କାଳିଆ ସାଆନ୍ତେ l ଆମ ରାଗ ରୁଷା ସବୁ ତାକୁ ହିଁ ଜଣାଉ l ଥରେ ଚକା ନୟନରେ ଆଖି ମିଶିଗଲେ ଜୀବନ କୃତାର୍ଥ ହୋଇଯାଏ l ମାତ୍ର ଏବେ କିଛି ପୁଞ୍ଜିପତିଙ୍କ ହାତରେ ପଡ଼ିଛି ଶ୍ରୀମନ୍ଦିର l ଯେଉଁମାନେ ଭକ୍ତ ଓ ଭଗବାନଙ୍କ ଭିତରେ ଦୂରତା ସୃଷ୍ଟି କରୁଛନ୍ତି l ବିକାଶର ଆଳ ଦେଖାଇ ନିଜକୁ ଜଗନ୍ନାଥଙ୍କ ପରମ ଭକ୍ତର ମିଛ ଖୋଳପା ପିନ୍ଧିଛନ୍ତି l ଏହା ମୁଁ ଏଇଥିପାଇଁ କହୁଛି କି ସବୁବେଳେ ଜଗନ୍ନାଥ ସଂସ୍କୃତି ବିକାଶର ଡିଣ୍ଡିମ ପିଟୁଥିବା ଲୋକେ ଆଜି କିଭଳି ଦଲାଲ ସାଜିଛନ୍ତି ତାହାକୁ ଦର୍ଶାଇବାକୁ l ଜଗନ୍ନାଥ ସଂସ୍କୃତିରେ କ’ଣ ଲେଖା ଯାଇଛି ଜଗା ଦର୍ଶନ ପାଇଁ ଟଙ୍କା ଦେବାକୁ ହେବ l ଯେଉଁମାନେ ଟଙ୍କା ଦେବେ ସେମାନେ ହିଁ ଭଲରେ ଦେଖିପାରିବେ ଆଉ ଯେଉଁମାନଙ୍କ ପାଖରେ ପଇସା ନାହିଁ ସେମାନେ କ’ଣ ଦେଖିପାରିବେ ନି l ଚକାଆଖିରେ ଆଖି ମିଶେବାକୁ ପଇସା ନେବା ଦଲାଲି ନୁହେଁ ତ ଆଉ କ’ଣ ? ଭକ୍ତଙ୍କ ଭାବାବେଗ ସହ ଖେଳିବାକୁ କିଏ ଅଧିକାର ଦେଲା ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି l
ଗତକାଲି ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ମୋତେ ଏହା ଭାବିବାକୁ ବାଧ୍ୟ କରିଦେଇଛି l ଜଣେ ଭକ୍ତ ତାର ପ୍ରିୟ ଠାକୁର ପାଖକୁ ଯାଇ ଆଖିରେ ଆଖି ମିଶେଇ କଥା ହେବାକୁ ଚାହେଁ l ହେଲେ ଏମାନେ ଏବେ ଜଗା ଦର୍ଶନକୁ ବି ବେପାରରେ ଲଗେଇ ଦେଲେ ଶେଷକୁ l କେତେ ଲୁଟିଲେ ମନ ଶାନ୍ତି ହେବ l ଏହା କରିବା ପୂର୍ବରୁ ଥରେ ଭାବିବାରେ ଥିଲା l ଯେ ଠାକୁର ସମସ୍ତଙ୍କର l ମାତ୍ର ଏମାନେ ସବୁ ଠାକୁରଙ୍କୁ ଭଲରେ ଦର୍ଶନ କରିବାକୁ ବି ଟଙ୍କା ନେବା କେତେ ଦୂର ଯଥାର୍ଥ l ଏଭଳି ଯଦି ଆପଣମାନେ କରୁଛନ୍ତି ତେବେ ଗୋଟେ ଟ୍ୟାଗ ଲାଇନ ଲେଖିଦେଲେ ହୁଅନ୍ତାନି କି ‘ ଯେଉଁମାନଙ୍କ ପାଖରେ ଟଙ୍କା ଅଛି ସେମାନଙ୍କ ପାଇଁ କେବଳ ଜଗା ଦର୍ଶନ ହିଁ ସମ୍ଭବ ‘ ନ ହେଲେ ଆଉ ସମସ୍ତଙ୍କ ପାଇଁ ଅସମ୍ଭବ l
ତେବେ ଆମେ ଏଭଳି ନିଷ୍ପତ୍ତି ପରେ କହିପାରିବା ଜଗାଏବେମ୍ୟୁଜିୟମ ରେ l ଯେଉଁମାନଙ୍କ ପାଖରେ ପ୍ରଚୁର ଟଙ୍କା ଅଛି ସେ ଏଠିକି ଆସିବେ ଆଉ ମ୍ୟୁଜିୟମର ମଜା ନେବେ l ଯେଉଁମାନେ ଗରିବ ସେମାନେ ଖାଲି ପତିତପବନଙ୍କୁ ପାଖରୁ ଦେଖି ନିଜ ମନର ଦୁଃଖ ଜଣାଇବେ l ଏମିତି ହେଉନି ତ ବିକାଶ ଆଳରେ ଚାଲିଛିକି ଲୁଟ ତରାଜ ଏହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l କାହା ପାଇଁ ଏ ବିକାଶର ଡିଣ୍ଡିମ ପିଟା ହେଉଛି l କାହାର ସ୍ୱାର୍ଥ ପାଇଁ ଏ ସବୁ l ଯେଉଁଠି ଭକ୍ତକୁ ଦୁରେଇ ଦିଆଯାଉଛି ତା ଭାବବିନୋଦିଆ ପାଖରୁ l ସବୁ ହେଉଛି ଠିକ, ମାତ୍ର ଏଭଳି ଭାବେ ଠାକୁରଙ୍କୁ ନେଇ କିଛି ପୂଞ୍ଜିପତିଙ୍କ ହାତରେ ଟେକିବା ଆଉ କଥା କଥାରେ କହିବା ଚକା ଆଖି ସବୁ ଦେଖୁଛି ତାହା ଅତ୍ୟନ୍ତ ନିନ୍ଦନୀୟ l ଏଭଳି ନିଷ୍ପତ୍ତିକୁ ଘୋର ନିନ୍ଦା କରୁଛି l