ଶିଶୁ ବିଦ୍ୟାମନ୍ଦିରରେ ପାଳନ କରାଯାଇଛି ଅନ୍ତର୍ଜାତୀୟ ଯୋଗ ଦିବସ

କୋରାପୁଟ : ଆଜି ସରକାରୀ ଘୋଷଣା ଅନୁସାରେ ଦୀର୍ଘ ଦିନର ଗ୍ରୀଷ୍ମ ଅବକାଶ ପରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିଯାଇଛି । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଶିଶୁ ବିଦ୍ୟମନ୍ଦର ମଧ୍ୟ ଖୋଲି ଯାଇଛି । ତତ୍ ସହିତ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଥିବାରୁ ବିଦ୍ୟାଳୟରେ ଆରମ୍ଭ ହୋଇଯାଇଥିଲା ଯୋଗ ଶିକ୍ଷା କାର୍ଯ୍ୟକ୍ରମ । ପତାଞ୍ଜଳି ଯୋଗ ଗୁରୁ ପ୍ରତାପ ଚନ୍ଦ୍ର ବିଶୋଇ ଓ ତାଙ୍କ ସହଯୋଗୀ ବିକାଶ ଚୌଧୁରୀ ଯୋଗ ଦେଇ ଶିଶୁଙ୍କୁ ବିଭିନ୍ନ ଯୋଗାଭ୍ୟାସ, ପ୍ରାଣାୟମ ଏବଂ ଖାଦ୍ୟାଭ୍ୟାସ ବିଷୟ ଅଭ୍ୟାସ କରାଇଥିଲେ । ଏଥିରେ ବିଦ୍ୟାଳୟର ସଭାପତି, ପ୍ରଧାନ ଆଚାର୍ଯ୍ୟ ଓ ସମସ୍ତ ଗୁରୁଜୀ ଗୁରୁମା ଯୋଗ ଦେଇ ଅଭ୍ୟାସ କରିଥିଲେ।