ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିପାରେ

ଭୁବନେଶ୍ୱର: ରାଜ୍ୟର କିଛିକିଛି ସ୍ଥାନରେ ଭାରୀ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷିପାରେ । କିନ୍ତୁ ବାକି ଅଞ୍ଚଳରେ ବର୍ଷାର ପରିମାଣ କମ୍ ରହିପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁସାରେ ୧୦ ତାରିଖରେ ଝାରସୁଗୁଡା, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ ଓ ଦେବଗଡ ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ । ଉତ୍ତର ଉପକୂଳ ଓଡିଶାର କିଛି ସ୍ଥାନରେ ସ୍ୱଳ୍ୱରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କହୁଛି, ୧୦ ତାରିଖରେ ବିସ୍ତୁତ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ହୋଇପାରେ । ୧୧ତାରିଖରେ କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ କନ୍ଧମାଳ ଜିଲ୍ଲାରେ ଅଧିକବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ଆଉ କିଛି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଆସନ୍ତା ୧୧ ତାରିଖ ପରେ ରାଜ୍ୟରେ ବର୍ଷାର ବିସ୍ତୁତି ବଢିପାରେ । ମୌସୁମୀର ନିମ୍ନ ଚାପରେଖା କ୍ଷେତ୍ର ପୁଣି ତଳକୁ ଆସିବ । ଏହା ପ୍ରଭାବରେ ଏକ ଘୂର୍ଣ୍ଣିବଳୟ ବିସୃଷ୍ଟି ହୋଇପାରେ । ଏହା ବର୍ଷା କରାଇବ ହୋଲି କୁହାଯାଉଛି । ଆସନ୍ତା ୧୨ ଓ ୧୩ ତାରିଖରେ ବର୍ଷାର ପରିମାଣ ବଢିବ ବୋଲି ଆଇଏମ୍ଡି ମଧ୍ୟ ପୂର୍ବାନୁମାନ କରିଛି ।