(ଟୁକୁନା ଖରା)ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି.ମାଳିଗୁଡା ନିକଟସ୍ଥ ମିନିଗୁଡ଼ି ଗ୍ରାମ ରାସ୍ତା କଡ଼ରୁ ଏକ ଅଜଣା ଯୁବକ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଚିହ୍ନା ଯୁବକ ଜଣକ ରାସ୍ତା କଡ଼ରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ଦେଖି ଗ୍ରାମବାସୀ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଅବସ୍ଥାରେ ଗ୍ରାମବାସୀ ଙ୍କ ସାହାଯ୍ୟ ରେ ଯୁବକ ଜଣକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଯୁବକ ଜଣକୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।ଏହି ଘଟଣା ସମ୍ବନ୍ଧରେ ଡାକ୍ତର ମାନେ ନବରଙ୍ଗପୁର ଥାନା ପୋଲିସ କୁ ଖବର ଦେଇଛନ୍ତି।ଗୁରୁତର ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ। କେଉଁ କାରଣରୁ ଏପରି ଘଟଣା ଘଟିଛି ତାହା ସ୍ପଷ୍ଟ ଜଣା ପଡୁନଥିବା ବେଳେ ନବରଙ୍ଗପୁର ଥାନା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।