ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତର କନିକା ଜାତୀୟ ଉଦ୍ୟାନ

0

କେନ୍ଦ୍ରାପଡା : କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଆଜି ଠାରୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ ଏକ ତରିଖ ଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥାଏ ଭିତରକନିକା । ତେବେ ଆଜି ଖୋଲିଛି ଭିତର କନିକା । ଏବେ ଗୁପ୍ତି, ଚାନ୍ଦବାଲି, ଖୋଳା ଓ ଡାଙ୍ଗମାଳ ଦେଇ ଭିତରକନିକାକୁ ପ୍ରବେଶ କରିପାରିବେ ପର୍ୟ୍ୟଟକ । ଏବେ ଭିତରକନିକାରେ ପର୍ୟ୍ୟଟକ ମାନେ ବଉଳା କୁମ୍ଭୀର ସହ ଦେଶ ଓ ବିଦେଶୀ ପକ୍ଷୀ, ହରିଣ, ବାରହା ଦେଖିପାରିବେ । ସେହିଭଳି ମ୍ୟୁଜିୟମ ସହ ବନବିଭାଗ ପକ୍ଷରୁ ନିର୍ମିତ ଦେଶର ପ୍ରଥମ ମ୍ୟାନଗ୍ରୁଭ ମେଟା ନର୍ସରୀ, କୁମ୍ଭୀର ପ୍ରଜନନ କେନ୍ଦ୍ର ଓ ସହିଦ ସ୍ତମ୍ଭ ମଧ୍ୟ ଦେଖିପାରିବେ । ଚଳିତଥର ଭିତରକନିକାକୁ ସମ୍ପୂର୍ଣ୍ଣ ପଲିଥିନମୁକ୍ତ କରାଯାଇଛି । ତେଣୁ ପର୍ୟ୍ୟଟକ ମାନେ ଭିତରକନିକା ପରିସରକୁ ପ୍ଲାଷ୍ଟିକ ଓ ପଲିଥିନ୍ ନ ଆଣିବାକୁ ଅନୁରୋଧ କରିଛି ବନବିଭାଗ । ସେହିଭଳି ଭିତରକନିକାକୁ ଆସୁଥିବା ପର୍ୟ୍ୟଟକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି ।