ଜାକାର୍ତା: ଗୁରୁବାର ଭାରତ ଏସିଆ କପ ହକିରେ ଚମତ୍କାର ପ୍ରଦର୍ଶନ କରିଛି । ଭାରତ ଶେଷ ପୁଲ ମ୍ୟାଚରେ ଇଣ୍ଡୋନେସିଆକୁ ୧୬-୦ ବୃହତ ବ୍ୟବଧାନରେ ହରାଇ ସୁପର ୪ରେ ପ୍ରବେଶ କରିଛି । ଏହି ମ୍ୟାଚରେ ପାକିସ୍ତାନଠାରୁ ଅଧିକ ଗୋଲ ବ୍ୟବଧାନରେ ଭାରତକୁ ଜିତିବା ଜରୁରୀ ଥିଲା । ଏଥିସହ ପାକିସ୍ତାନ ୨୦୨୩ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି । ଏଥର ଟୁର୍ଣ୍ଣାମେଂଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ତେବେ ଜାପାନ ପାକିସ୍ତାନକୁ ହରାଇବା ଫଳରେ ଭାରତ ନିକଟରେ ସୁଯୋଗ ରହିଥିଲା । ଓଡିଶାର ଦୀପସାନ ତିର୍କୀ ଜବରଦସ୍ତ ପ୍ରଦର୍ଶନ କରି ୫ଟି ଗୋଲ ସ୍କୋର କରିଥିଲେ । ସେହିପରି ନୀଲମ ସଞ୍ଜୀବ ଖେସ ଗୋଟିଏ ଗୋଲ ଦେଇଥିଲେ ।ପୁଲ ଏରେ ଜାପାନ ୯ ପଂଏଟ ସହ ପ୍ରଥମ ଦଳ ଭାବେ କ୍ୱାଲିଫାଇ କରିଥିଲା । ଭାରତ ଓ ପାକିସ୍ତାନ ସମାନ ୪ ପଂଏଟ ହାସଲ କରିଥିଲେ ମଧ୍ୟ ଗୋଲ ବ୍ୟବଧାନରେ ଭାରତ ଆଗରେ ରହିଥିଲା । ଭାରତ ସର୍ବାଧିକ ୮ଥର ଫାଇନାଲରେ ପ୍ରବେଶ କରିଛି ଏସିଆ କପ ହକିରେ ।