ଛଅ ଦଫା ଦାବି ନେଇ ଉତ୍କଳ ଆଲୁମିନା କମ୍ପାନୀ ଆଗରେ ଧାରଣାରେ ଆଦିବାସୀ

କଳାହାଣ୍ଡି(ଗୋଲାପ ସାହୁ) : ତେବେ ଆଜିକୁ ଛଅ ଦିନ ହେଲା ଧାରଣା ବସିଛନ୍ତି ବ୍ଲକ ର ମାଲି ଗାଁ, ଗୋପୀନାଥପୁର ଏବଂ ଅଡ୍ରି ଗ୍ରାମପଞ୍ଚାୟତ ର ସୂର୍ୟ୍ୟଗଡ଼, ଦୁର୍ମୁସି ଓ କେନ୍ଦୁମୁଣ୍ଡି ର ଗ୍ରାମର ଶତାଧିକ ଲୋକ ଧାରଣା ରେ ବସିଛନ୍ତି। ଟେଣ୍ଟ ତଳେ ଯୁବକ ଯୁବତୀ, ମହିଳା, ବୃଦ୍ଧବୃଦ୍ଧା,ପିଲାଛୁଆ ସମସ୍ତ ଦିନ ରାତି ଧାରଣା ସ୍ଥଳରେ ପଡି ରହୁଥିବା ବେଳେ ରାତିରେ ଟେଣ୍ଟ ତଳେ ଶୋଉଥିବା ଜଣାପଡ଼ିଛି । ତେବେ ଦାବି ପୂରଣ ନହେବା ଯାଏ ଏମିତି ବସି ରହିବୁ ବୋଲି ଚେତାବନୀ ଦେଇଛନ୍ତି । ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପୋଲିସ ମୁତୟନ ମଧ୍ୟ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦେଇଥିବା ପ୍ରତିଶ୍ରୁତିକୁ ଭରସା ନକରି ନିଜ ଜିଦରେ ଅଡିବସିଛନ୍ତି ଅନେକ ଆଦିବାସୀ।
ସୂଚନା ଅନୁଯାୟୀ ଥୁଆମୂଳ ରାମପୁର ବ୍ଲକ ରେ ଥିବା ଉତ୍କଳ ଆଲୁମିନାରେ ସ୍ଥାନୀୟ ବାସିନ୍ଦା ଙ୍କୁ ସ୍ଥାୟୀ ନିଯୁକ୍ତି ସୁଯୋଗ ଦେବା ସହ ଅଧିବାସୀ ମାନଙ୍କ ପାଇଁ ଜଙ୍ଗଲ ଜମି, ଘର ଦିହ ପଟ୍ଟା ଦେବାକୁ ସରକାରଙ୍କ ନିକଟରେ ଦାବି ରଖିଥିଲେ । ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ ସୂର୍ୟ୍ୟଗଡ଼ ଓ ବଫଲାମାଲି ଗ୍ରାମବାସୀ ବଂଶାନୁକ୍ରମେ ୧୯୨୯ ମସିହା ରାଜାରାଜୁଡ଼ା ଅମଳରୁ ଏହି ଦୁଇ ଗାଁରେ ଘରଦ୍ୱାର କରି ପିଲାଛୁଆ ସହିତ ବସବାସ କରି ଆସୁଛନ୍ତି। ୧୯୯୯ ମସିହାରେ ସରକାରଙ୍କ ତରଫରୁ ଏମାନଙ୍କୁ ୪ ଡ଼ିସିମିଲ ଘରଦିହ ପଟ୍ଟା ଓ ଚାଷ ନିମନ୍ତେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା ।

ତେବେ ହୁଡ଼ହୁଡ଼ ପବନ ବର୍ଷା ରେ ତାଙ୍କ ଘରଦ୍ଵାର ସବୁ ଉଜୁଡି ପଡିଥିବା ବେଳେ ଘୁଟୁରୁଖାଲ ରାଜସ୍ୱ ନିରକ୍ଷକ ଏହାର ତଦନ୍ତ କରି ଥୁଆମୂଳ ରାମପୁର ତହସିଲଦାରଙ୍କୁ ରିପୋର୍ଟ ଦେଇଥିଲେ । ଗତମାସରେ ଉପ ଜିଲ୍ଲାପାଳ ଲୋକମାନଙ୍କୁ ଥଇଥାନ କରିବା ପାଇଁ ପ୍ରତିଶୂତି ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପାଣିର ଗାର ପାଲଟିଥିଲା । ଏନେଇ ଥୁଆମୂଳ ରାମପୁର ତହସିଲଦାର,ଉତ୍କଳ ଆଲୁମିନା କମ୍ପାନୀ କର୍ତ୍ତୃପକ୍ଷ, କଳାହାଣ୍ଡି ସାଂସଦ, ଲାଞ୍ଜିଗଡ଼ ବିଧାୟକ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ କିନ୍ତୁ କେହି ମଧ୍ୟ ସମସ୍ୟା ର ସମାଧାନ କରିପାରି ନଥିବା ବେଳେ କୋଣସି ସୁଫଳ ମିଳି ନ ଥିଲା ।

ଶେଷରେ ନିରାଶ ହୋଇ ୨୯ ସେପ୍ଟେମ୍ବର ଠାରୁ ଧାରଣାରେ ବସିଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ।ତେବେ ଅଦ୍ୟାବଧି ଚାରିଦିନ ବିତିଯାଇଥିଲେ ମଧ୍ୟ କୋଣସି ସମାଧାନ ବହାରିନାହିଁ ।ଅଞ୍ଚବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ମାଧ୍ୟମରେ ୬ ଗୋଟି ଦାବି କରିଛନ୍ତି।ଦାବି ଗୁଡ଼ିକ ହେଉଛି ସ୍ଥାନୀୟ ବାସିନ୍ଦାଙ୍କ ପ୍ରତେକ ପରିବାର କୁ କମ୍ପାନୀ ରେ ସ୍ଥାୟୀ ନିଯୁକ୍ତି ଦେବା ସହ ଗାଁ ନିକଟରେ ପ୍ରବାହିତ ହେଉଥିବା କାଳିଆ ଘାଟ ନାଲ ର ପୁନଃଉଦ୍ଧାର କରାଯାଉ ।ବରଫାମାଳି ମାଇନ୍ସ ଉପରେ ଥିବା ୧୬୧ ପରିବାର କୁ ଥଇଥାନ କରାଯାଉ।ମାଳି ଗାଁ ଗ୍ରାମପଞ୍ଚାୟତ ଠାରେ ଡି. ଏମ. ଏଫ ଫଣ୍ଡ ରେ ଏକ ହସ୍ପିଟାଲ ନିର୍ମାଣ ତଥା ଏହି ଫଣ୍ଡ ରୁ ଏକ ସ୍ୱତନ୍ତ୍ର ଆଦିବାସୀ ଓ ହରିଜନ ହଷ୍ଟେଲ ଆରମ୍ଭ କରି ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରତି ପ୍ରୋତ୍ସାହନ ପ୍ରଦାନ କରାଯାଉ।ତେବେ ଏ ନେଇ ଜିଲ୍ଲାପାଳ ଙ୍କ ଠାରେ ଜନଶୁଣାଣୀ ହେବ ବୋଲି ସୂଚନା ରହିଛି