ଭାରତର ବିଶ୍ୱକପ କାର୍ଯ୍ୟସୂଚୀ

(ରିପୋର୍ଟସ ଟୁଡେ)ନୂଆଦିଲ୍ଲୀ: ମେ ୩୦ରୁ ବିଶ୍ୱକପ ମହାକୁମ୍ଭ ଆରମ୍ଭ ହେବ । ଟିମ ଇଣ୍ଡିଆ ବିଶ୍ୱକପ ପାଇଁ ଦଳ ଘୋଷଣା କରିସାରିଛି। ମେ’ ୩୦ରୁ ଜୁଲାଇ ୧୪ ତାରିଖ ପର୍ୟ୍ୟନ୍ତ ଖେଳାଯିବାକୁଥିବା ଏହି ମହାକୁମ୍ଭର ପ୍ରଥମ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଓଭାଲରେ ଖେଳାଯିବ। ଚଳିତ ବର୍ଷ ମୋଟ ୧୦ ଟିମ୍ ବିଶ୍ୱକପରେ ଭାଗ ନେଉଛନ୍ତି।
ଭାରତ ତା’ର ଅଭିଯାନ ଜୁନ୍ ୫ ତାରିଖରେ ଆରମ୍ଭ କରିବ। ଭାରତର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସହ ସାଉଥହାମ୍ପଟନର ହାମ୍ପାଶାୟାରରେ ହେବ। ସେହିପରି ଜୁନ୍ ୧୬ ତାରିଖରେ ଭାରତ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।
ଜୁନ୍ ୯ ତାରିଖରେ ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ, ୧୩ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ, ୨୨ ତାରିଖରେ ଆଫଗାନିସ୍ତାନକୁ, ୨୭ ତାରିଖରେ ୱେଷ୍ଟଇଣ୍ଡିଜକୁ, ୩୦ ତାରିଖରେ ଇଂଲଣ୍ଡକୁ, ଜୁଲାଇ ୨ ତାରିଖରେ ବାଂଲାଦେଶକୁ, ଜୁଲାଇ ୬ ତାରିଖରେ ଶ୍ରୀଲଙ୍କାକୁ ଭେଟିବ।
ଏହା ପରେ ଜୁଲାଇ ୯ ଓ ୧୧ ତାରିଖରେ ସେମିଫାଇନାଲ୍ ଏବଂ ୧୪ରେ ଫାଇନାଲ୍ ମ୍ୟାଚ୍ ଲର୍ଡ୍ସରେ ଅନୁଷ୍ଠିତ ହେବ। ୨୦୧୯ ବିଶ୍ୱକପର ସବୁ ମ୍ୟାଚ୍ ୟୁକେର ୧୧ଟି ସହରରେ ଖେଳାଯିବ। ଏଥିରେ ଲର୍ଡ୍ସ, ଓଭାଲ, ଏଜବାଷ୍ଟନ, ଟ୍ରେଣ୍ଟ ବ୍ରିଜ୍, ଟଣ୍ଟନ, ହେଡିଙ୍ଗଲେ, ଓଲ୍ଡ ଟ୍ରାଫର୍ଡ, ବ୍ରିଷ୍ଟଲ, ସାଉଥହାମ୍ପଟନ୍, କାର୍ଡିଫ୍ ଓ ଚେଷ୍ଟର-ଲି-ଷ୍ଟ୍ରିଟ୍ ସାମିଲ ଅଛି।