ଭାରତୀୟ ହକି ଟିମ୍ ର ଖେଳାଳି ଆଜି ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ହକି ଟିମ୍ ର ଗୋଲ୍ କିପର ପି.ଆର୍ ଶ୍ରୀଜେଶ ଏବଂ ଅନ୍ୟ ଖେଳାଳି ମାନେ ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ପରେ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ। ଦର୍ଶନ ସାରି ଫେରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖେଳାଳି ମାନଙ୍କୁ ଠାକୁରଙ୍କ ପ୍ରସାଦ ପ୍ରଦାନ କରାଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ କରି ବେଶ୍ ଆନନ୍ଦିତ ଥିବା କହିଛନ୍ତି ଶ୍ରୀଜେଶ। ଭାରତୀୟ ହକି ଟିମ୍ ର ମହାପ୍ରଭୁ ମଙ୍ଗଳ କରନ୍ତୁ ସେନେଇ କାମନା କରିଛୁ ବୋଲି କହିଛନ୍ତି ଶ୍ରୀଜେଶ। ଏଥିସହ ସିଭେନ୍ଦ୍ର ସିଂ କୋଚ ଓ ଟିମ୍ ର ସି ଇ ଓ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଥିଲେ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିଲା।