ବଦଲା ସହ ଫାଇନାଲରେ ଭାରତ

ଭାରତ ୩୯୭/୪, ନ୍ୟୁଜିଲାଣ୍ଡ ୩୨୭ ଚମକିଲେ କୋହଲି (୧୧୭), ଆୟାର (୧୦୫), ଶାମି (୭-୫୭) ନିଷ୍ଫଳ ହେଲା ମିଚେଲଙ୍କ ବିସ୍ଫୋରକ ଶତକ

0

ମୁମ୍ବାଇ : ଦୀର୍ଘ ୧୨ ବର୍ଷ ହେଲା ରହିଥିବା ଅପେକ୍ଷାରେ ଅନ୍ତ ହେଲା । ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଅପରାଜେୟ ଭାରତ । ବିରାଟ କୋହଲିଙ୍କ ଐତିହାସିକ ଶତକ ଓ ମହମ୍ମଦ ଶାମିଙ୍କ ଘାତକ ୭ ୱିକେଟ ବଳରେ ଭାରତ ରଚିଛି ଇତିହାସ । କ୍ରମାଗତ ୧୦ ବିଜୟ ସହ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ରବିବାର ଦଳ ବିଶ୍ୱକପ ଟ୍ରଫି ପାଇଁ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକା ସହ ଲଢ଼େଇ କରିବ । ୨୦୧୫ ଓ ୨୦୧୯ ସେମି ଫାଇନାଲରେ ଦଳ ବିଦାୟ ନେଇଥିଲା । ଅନେକଙ୍କ ସ୍ୱପ୍ନ ଧୂଳି ସାତ ହୋଇଥିଲା ହେଲେ ୨୦୨୩ରେ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିରେ ଭାରତ ଫାଇନାଲ ଟିକେଟ ହାତେଇଛି । ଭାରତୀୟ ଟିମ ୭୦ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିଥିଲା । ଜବାବରେ ୪୮.୫ ଓଭରରେ ନ୍ୟୁଜିଲାଣ୍ଡ ୩୨୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ବ୍ୟାଟିଂରେ କୋହଲି ଓ ଶ୍ରେୟସ ଆୟର ଶତକ ହାସଲ କରିଥିଲେ । ବୋଲିଂରେ ମହମ୍ମଦ ଶାମି ୭ ୱିକେଟ ନେଇ ରେକର୍ଡ କରିଛନ୍ତି ।

ବିଶ୍ୱକପରେ ସର୍ବାଧିକ ୫ ୱିକେଟ ନେବାର ରେକର୍ଡ ତାଙ୍କ ନାଁରେ ଯୋଡ଼ି ହୋଇଯାଇଛି । ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୩ ଥର ୫ ୱିକେଟ ନେଇଥିଲେ । ଏବେ ଶାମି ୪ ଥର ୫ କିମ୍ବା ତା ଠାରୁ ଅଧିକ ୱିକେଟ ନେଇ ତାଙ୍କୁ ପଛରେ ପକାଇ ଦେଇଛନ୍ତି । ବିରାଟ ଅ ।ଜି ରେକର୍ଡ ଶତକରେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଥିଲେ । ତାଙ୍କ ଇନିଂସକୁ କିନ୍ତୁ ଘାତକ ବୋଲିଂ ଶାମି ଫିକା ପକାଇ ଦେଇଛନ୍ତି । ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି । ୩୯୮ ରନ୍ ଜବାବରେ ଇନିଂସ ଅ।ରମ୍ଭରୁ ଡେଭନ କନେ(୧୩) ଓ ରଚିନ ରବୀନ୍ଦ୍ର(୧୩)ଙ୍କ ୱିକେଟ ଶାମି ନେଇଥିଲେ ଟମ ଲାଥମ(୦) ମଧ୍ୟ ଶାମିଙ୍କ ଶିକାର ବନିଥିଲେ । ପରେ ଡାରେଲ ମିଚେଲ ଓ କେନ ୱିଲିୟମସନ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇବାକୁ ବସିଥିଲେ । ଉଭୟ ତୃତୀୟ ୱିକେଟ ପାଇଁ ୧୮୧ ରନ ଯୋଡ଼ିଥିଲେ । କିନ୍ତୁ ଏହି ଯୋଡ଼ିକୁ ଶାମି ଭାଙ୍ଗି ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥିଲେ ସେ କେନ ୱିଲିୟମସନଙ୍କୁ ଅ।ଉଟ କରିଥିଲେ । ମିଚେଲ ୧୧୯ ବଲରେ ୧୩୪ ରନର ଇନିଂସ ଖେଳି ଭାରତ ମୁଠାରୁ ମ୍ୟାଚ୍ ଛଡ଼ାଇ ଅ।ଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ କେନ ୱିଲିୟମସନ ମଧ୍ୟ ୬୯ ରନ ଇନିଂସ ଖେଳିଥିଲେ । ହେଲେ ଉଭୟଙ୍କୁ ଶାମି ଅ ।ଉଟ କରି କ୍ରମାଗତ ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ କ୍ିୱି ଟିମ ରଖିଥିବା ଲକ୍ଷ୍ୟରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ ।

ମିଚେଲ ଓ ୱିଲିୟମସନଙ୍କ ବ୍ୟତୀତ ଗ୍ଲେନ ଫିଲିପ୍ସ ମଧ୍ୟ କିଛି ସମୟ ପାଇଁ ଲଢ଼େଇ କରିଥିଲେ । କିନ୍ତୁ ଫିଲିପ୍ସ(୪୧)ଙ୍କ ୱିକେଟ ଯଶପ୍ରୀତ ବୁମରାଙ୍କ ଖାତାକୁ ଯାଇଛି । ମାର୍କ ଚାପମାନ (୨)ଙ୍କ ୱିକେଟ କୁଲଦୀପ ଯାଦବ ନେଇଛନ୍ତି । ଶେଷ ଭାଗରେ ଟିମ ସାଉଦି ଓ ମିଚେଲ ସାଣ୍ଟନର ଦଳକୁ ବିଜୟର ନିକଟବର୍ତ୍ତୀ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା ସମ୍ଭବ ପର ହୋଇ ନଥିଲା ୪୮ମ ଓଭର ବୋଲିଂ କରୁଥିବା ସିରଜା ୯ ରନ କରିଥିବା ସାଣ୍ଟନରଙ୍କୁ ଅ ।ଉଟ କରି ଭାରତକୁ ୮ମ ସଫଳତା ଦେଇଥିଲେ ଟିମ ସାଉଦି(୯)ଙ୍କୁ ଶାମି ଅ ।ଉଟ କରି ନିଜର ୬ଷ୍ଠ ୱିକେଟ ଦଖଲ କରିଥିଲେ । ଏଥିସହ ଦ୍ୱିତୀୟ ଭାରତୀୟ ଭାବେ ବିଶ୍କପରେ ୬ ୱିକେଟ ଦଖଲ କରିବାର ରେକର୍ଡ ନିଜ ନାଁରେ କରିଥିଲେ । ପୂର୍ବରୁ ୨୦୦୩ ବିଶ୍ୱକପରେ ଅ।ଶିଷ ନେହରା ଇଂଲଣ୍ଡ ବିପକ୍ଷରେ ସେ ୬ ୱିକେଟ ଦଖଲ କରିଥିଲେ ।ତେବେ ଶାମି ଏତିକିରେ ଅଟକି ନଥିଲେ ସେ ଲକି ଫର୍ଗୁସନ(୬)ଙ୍କୁ ଅ।ଉଟି ନିଜର ୭ମ ୱିକେଟ ନେଇଥିଲେ ଶାମି ୯.୫ ଓଭର୍ରେ ୫୭ ରନ ଦେଇ ୭ ୱିକେଟ ଦଖଲ କରିଛନ୍ତି । ଚଳିତ ବିଶ୍ୱକପରେ ଶାମିଙ୍କ ୱିକେଟ ସଂଖ୍ୟା ୨୩ରେ ପହଞ୍ଚି ଯାଇଛି । ଏହି କ୍ରମରେ ଭାରତର ବିଶ୍ୱକପ ଫାଇନାଲକୁ ନିଜ ନାଁରେ ବୁକ କରିସାରିଛି ଭାରତ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ରୋହିତ ଶର୍ମା ଓ ଶୁବମନ ଗିଲ ବିସ୍ଫୋରକ ଅ ।ରମ୍ଭ କରିଥିଲେ । ବିଶେଷ କରି ରୋହିତଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା । ସେ ୨୯ ବଲରେ ୪୭ ରନ କରି ଅ ।ଉଟ ହୋଇଥିଲେ । ଏହାପରେ ବିରାଟ କୋହଲି ଓ ଗିଲ୍ ସ୍ଥିତି ସମ୍ଭାଳିଥିଲେ । ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଗିଲ ନିଜର ଶତକ ଅ ।ଡ଼କୁ ମଧ୍ୟ ଯାଉଥିଲେ । କିନ୍ତୁ ମାଂସପେଶୀ ଜନିତ ସମସ୍ୟା ଯୋଗୁ ତାଙ୍କୁ ରିଟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା । ପରେ ଶ୍ରେୟସ ଅ।ୟର ବିରାଟଙ୍କ ସହ ମିଶି ଦ୍ରୁତଗତିରେ ଦଳୀୟ ସ୍କୋରକୁ ଅ ।ଗକୁ ନେଇଥିଲେ । ହେଲେ ବିରାଟ ଓ ଅ ।ୟର ନ୍ୟୁଜିଲ୍ୟାଣ୍ଡକୁ ଅ ।ଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇନଥିଲେ । ବିରାଟ ମଧ୍ୟ ନିଜ ଦିନିକିଅ । କ୍ୟାରିୟରର ୫୦ତମ ଶତକ ହାସଲ କରିଥିଲେ । ଶତକ ହାସଲ କରିବା ପରେ ସେ ବଡ଼ ଶଟ ମାରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ୧୧୭ ରନ କରି ସେ ଅ ।ଉଟ ହୋଇଯାଇଥିଲେ । ବିରାଟ ୧୧୩ ବଲରେ ୧୧୭ ରନର ଇନିଂସ ଖେଳିଛନ୍ତ । ଏହି ଇନିଂସରେ ୯ଟି ଚୌକା ଓ ୨ଟି ଛକା ମାରିଛନ୍ତି । ଶ୍ରେୟସ ଅ ।ୟର ଓ କେଏଲ ରାହୁଲ ଭାରତର କମାଣ ସମ୍ଭାଳିଥିଲେ । ଉଭୟ କେବଳ ୱିକେଟ ରଖି ନଥିଲେ ବରଂ ଦ୍ରୁତଗତିରେ ରନ ସଂଗ୍ରହ କରି ଚାଲିଥିଲେ । ଅ।ୟର କ୍ରମାଗତ ଦ୍ୱିତୀୟ ଏଚ୍ଛଳ ହାସଲ କରିଥିଲେ । ସେ ୧୦୫ ରନ୍ କରି ଆଉଟ୍ ହୋଇଥିଲେ । ରାହୁଲ ୩୯ ରନ୍ କରି ଅପରାଜିତ ରହିଥିଲେ । ଗିଲ୍ ୮୦ ରନ୍ କରି ଅପରଜିତ ଥିଲେ ।