ଭୁବନେଶ୍ୱର: ଚଳିତ ବର୍ଷ ୭୭ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। I & PR ପକ୍ଷରୁ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନର ରୂପରେଖ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ବର ୟୁନିଟ୍-୩ ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହେବ। I & PR ପକ୍ଷରୁ ସମାରୋହର ସିଧାପ୍ରସାରଣ ନିମନ୍ତେ ବ୍ୟବସ୍ଥା କରାଯିବ। ସ୍ବାଧୀନତା ଦିବସ ଆମ ସମସ୍ତଙ୍କ ଭାବାବେଗ ଓ ଗର୍ବର ପ୍ରତୀକ ହୋଇଥିବା ଯୋଗୁ ଉତ୍ସବ ଆୟୋଜନର ସମସ୍ତ ବିଷୟକୁ ଟିକିନିଖି ଭାବରେ ଗୁରୁତ୍ବ ଦେବାକୁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ।